ଦେଶରେ ଜନଗଣନା ୨୦୨୭କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଜନଗଣନାର ବିଭିନ୍ନ ପର୍ଯ୍ୟାୟ ପାଇଁ ତାରିଖ ଘୋଷଣା କରାଯାଇଛି । ନାଗରିକମାନେ ନିଜେ ଅନଲାଇନ୍ରେ ନିଜ ପରିବାରର ତଥ୍ୟ ଦେବା ପାଇଁ ମଧ୍ୟ ସୁଯୋଗ ପାଇବେ ।
ଜାନୁଆରୀ ୧୦ରୁ ସେଲ୍ଫ ଏନୁମେରେସନ୍ ପ୍ରକ୍ରିୟା ଆରମ୍ଭ ହେବ । ଏହାପରେ ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ମଧ୍ୟରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରାଯିବ ।
ଜାନୁଆରୀ ୨୫ରୁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ
ଜନଗଣନାର ଏହି ପର୍ଯ୍ୟାୟରେ ଅଧିକାରୀମାନେ ଘରକୁ ଘର ଯାଇ ପରିବାରର ସଦସ୍ୟ ସଂଖ୍ୟା ଓ ଅନ୍ୟ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ । ଏହି କାମ ୨୦୨୭ ଜାନୁଆରୀ ୨୫ରୁ ୨୦୨୭ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଚାଲିବ ।

