ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ସୋରଡ଼ା ଅଗ୍ନିଶମ ବାହିନୀ ପକ୍ଷରୁ ଏକ ସାହସିକ ଉଦ୍ଧାର କାର୍ଯ୍ୟ କରାଯାଇଛି । ବନ୍ୟା ପାଣିରେ ଫସିଲା ଥାର୍ ଗାଡ଼ି । ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି ଉପୁଜିବାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ସୋରଡ଼ା–ଦାରିଙ୍ଗବାଡ଼ି ରାସ୍ତା ଜରଉ ଛକ ନିକଟରେ ପ୍ରାୟ ୭ ଫୁଟ୍ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି । ବନ୍ୟାପାଣିରେ ମହିନ୍ଦ୍ରା ଥାର୍ ଗାଡ଼ି ଫସିଯାଇଥିଲା । ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନଶମ ବାହିନୀ ଟିମ୍ ପହଞ୍ଚି ଗାଡ଼ିରେ ଥିବା ଦୁଇଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।
ସୋରଡ଼ା–ଦାରିଙ୍ଗବାଡ଼ି ରାସ୍ତାର ଜରଉ ଛକ ନିକଟରେ ପ୍ରାୟ ୭ ଫୁଟ୍ ଉଚ୍ଚର ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିବା ସମୟରେ ଏକ ମହିନ୍ଦ୍ରା ଥାର୍ ଗାଡ଼ି ବନ୍ୟା ପାଣି ମଧ୍ୟରେ ଫସିଯାଇଥିଲା । ଗାଡ଼ି ଭିତରେ ଥିବା ଦୁଇଜଣ ବ୍ୟକ୍ତି ଶ୍ରୀ କେ. ବି. ରବିଚନ୍ଦ୍ରନ (୪୮ ବର୍ଷ) ଏବଂ ଶ୍ରୀ ଡି. ସରୋଜ କୁମାର (୪୭ ବର୍ଷ) ବନ୍ୟା ପାଣି ମଧ୍ୟରେ ଫସି ରହିଥିଲେ । ଶେଷରେ ଉଭୟ ବ୍ୟକ୍ତିଙ୍କୁ ବନ୍ୟା ପାଣିରେ ଫସିଥିବା ଗାଡ଼ିରୁ ସଫଳତାର ସହ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
