ଘରୋଇ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ୱେଲିଂଟନରେ ଚାଲିଥିବା ତୃତୀୟ ଟି-୨୦ ମ୍ୟାଚକୁ ଭାରତ ୱିକେଟରେ ଜିତିବା ସହ ୩-୦ରେ ସିରିଜ କବଜା କରିଛି । ଏହି ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଘରୋଇ ନ୍ୟୁଜିଲାଣ୍ଡ ଟିମ୍ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୮ ରନ୍ କରିଥିଲା । ଏହି ଟାର୍ଗେଟକୁ ପିଛା କରି ଭାରତ ୬ ୱିକେଟ ହରାଇ ଲକ୍ଷ୍ୟକୁ ହାସଲ କରିଛି । ଭାରତ ୧୩.୨ ବଲରେ ଲକ୍ଷ୍ୟ ହାସଲ କରିଥିଲା ।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯୯ ରନର ଟାର୍ଗେଟ ଦେଇଥିଲା । ଏହାପରେ ଭାରତ ଓପନିଂ ଯୋଡିଂ ବୈଭବ ଏବଂ ଅଭିଷେକ ଧୂଆଁଧାର ଆରମ୍ଭ କରିଥିଲେ । ବୈଭବ ୪୫ ରନରେ ଆଉଟ୍ ହୋଇଥିବା ବେଳେ ଅଭିଷେକ ଶର୍ମା ୩୮ ବଲରେ ୧୧୪ ରନ୍ କରିଆଉଟ୍ ହୋଇଥିଲେ । ଏହାପରେ ସଂଜୁ ସାମସନ ବ୍ୟାଟିଂ କରିବାକୁ ଆସି ୧୮ ରନରେ ଆଉଟ୍ ହୋଇଥିଲେ । ଶ୍ରେୟସ ଆୟର ୫ ରନ କରି ଆଉଟ୍ ହେବା ପରେ ତିଲକ ଏବଂ ନମନ ଧୀର ମ୍ୟାଚକୁ ଶେଷ କରିଥିଲେ ।
୫ ଓଭରରେ ଭାରତ ଶତକ ହାସଲ କରିଛି । ଯାହା ଦ୍ରୁତତମ ଦଳୀୟ ଶତକରେ ରେକର୍ଡ । ସେହିପରି ଅଭିଷେକ ୨.୨ ଓଭରରେ ଟି-୨୦ ଅର୍ଦ୍ଧଶତକ, ୩୮ ବଲରେ ୧୧୪ ରନ୍ ହାସଲ କରି ୱେଲିଂଟନରେ ଇତିହାସ ରଚିଛନ୍ତି । ଭାରତ ପକ୍ଷରୁ ଅର୍ଶଦୀପ, ଅକ୍ଷର ଏବଂ ନୀତିଶ ରେଡ୍ଡୀ ଗୋଟିଏ ଲେଖାଏଂ ୱିକେଟ୍ ଅକ୍ତିଆର କରିଛନ୍ତି ।
ୱେଲିଂଟନର ହେନେରୀ ଷ୍ଟାଡିୟମରେ ଡାରିଲ୍ ମିଚେଲଙ୍କ ବ୍ୟାଟିଂ ଅପରାଜିତ ୮୯ରନ ଧୂଆଁଧାର ଇନିଂସ ଖେଳିଥିଲେ । ଟିମ୍ ସେଫର୍ଡ ମାତ୍ର ୨ ରନ୍ କରି କରିଥିବା ବେଳେ ଫିନ୍ ଆଲେନ୍ ୪୦ ରନ୍ କରି ନୀତିଶ ରେଡ୍ଡୀଙ୍କ ଶିକାର ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ଫିଲିପ୍ସ ୧୭ ରନ୍ ଏବଂ ଜାକବ ୩୯ ରନ୍ ଇନିଂସ ଖେଳିଛନ୍ତି

