ମେରଠର ଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡରେ ଅଦାଲତ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ନିଜ ସ୍ବାମୀ ସୌରଭ ରାଜପୁତଙ୍କ ହତ୍ୟା ମାମଲାରେ ଦୋଷୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମୀ ସାହିଲ ଶୁକ୍ଳାଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ମେରଠର ଜିଲ୍ଲା ଜଜ୍ ଅରବିନ୍ଦ କୁମାଶ ମିଶ୍ରା ଉଭୟଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଅଦାଲତ ଉଭୟ ଦୋଷୀଙ୍କ ଉପରେ ୨୦-୨୦ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ସଜା ଶୁଣାଇବା ସମୟରେ ଉଭୟ ଅଭିଯୁକ୍ତଙ୍କୁ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଅଦାଲତ ସହ ଯୋଡ଼ାଯାଇଥିଲା । ନିଷ୍ପତ୍ତି ଶୁଣିବାମାତ୍ରକେ ମୁସ୍କାନ ଏବଂ ସାହିଲ କାନ୍ଦିବାକୁ ଲାଗିଥିଲେ । ସେହିଭଳି ସୌରଭଙ୍କ ପରିବାର ନିଷ୍ପତ୍ତି ଉପରେ ଖୁସି ଜାହିର କରି କହିଛନ୍ତି କି ତାଙ୍କର ଆଶା ଥିଲା କି ଅଦାଲତରୁ ନ୍ୟାୟ ମିଳିବ ।
ସୌରଭ ରାଜପୁତଙ୍କ ହତ୍ୟା ୩ମାର୍ଚ୍ଚ ୨୦୨୫ରେ ହୋଇଥିଲା । ପୋଲିସ ଯାଞ୍ଚ ଅନୁସାରେ ତାଙ୍କ ହତ୍ୟା ପରେ ମୃତଦେହକୁ ୫ଖଣ୍ଡ କରାଯାଇଥିଲା ଏବଂ ତାଙ୍କୁ ନୀଳ ଡ୍ରମରେ ଭର୍ତ୍ତି କରାଯାଇ ଲୁଚାଯାଇଥିଲା । ଏହି ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା । ମାମଲାରେ ସୌରଭଙ୍କ ସ୍ତ୍ରୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମୀ ସାହିଲ ଶୁକ୍ଳାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ପୋଲିସ ଯାଞ୍ଚ ପୂରା କରିବା ପରେ ଉଭୟଙ୍କ ବିପକ୍ଷରେ ଅଭିଯୋଗପତ୍ର ଦାଖଲ କରିଥିଲା । ଜୁଲାଇ ୨୦୨୫ରେ ଜିଲ୍ଲା ଅଦାଲତରେ ମାମଲାର ଟ୍ରାୟଲ ଆରମ୍ଭ ହୋଇଥିଲା । ଶୁଣାଣି ସମୟରେ ଅଦାଲତ ସାମ୍ନାରେ ନିଜ ପକ୍ଷ ରଖିଥିଲେ ଏବଂ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଦାବି କଲେ। ଅଦାଲତ ପ୍ରଥମରୁ ହତ୍ୟା ଏବଂ ପ୍ରମାଣ ଲୁଚାଇବା ଅଭିଯୋଗରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିସାରିଥିଲେ । ତା’ପରେ ଦଣ୍ଡ ଶୁଣାଣି ହୋଇଥିଲା।
ଦଣ୍ଡ ଘୋଷଣା କରିବା ପୂର୍ବରୁ ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ର ବୁଧବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜେଲରେ ଥିବା ମୁସ୍କାନ ଏବଂ ସାହିଲଙ୍କ କଥା ଶୁଣିଥିଲେ। କୋର୍ଟ ମୁସ୍କାନଙ୍କୁ ପଚାରିଥିଲେ ଯେ ସେ ତାଙ୍କ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେ ଦଣ୍ଡ ବିଷୟରେ କ’ଣ କହିବାକୁ ଚାହାଁନ୍ତି। ତାଙ୍କ ଦୁଇ ଝିଅଙ୍କ କଥା ଉଠାଇ ମୁସ୍କାନ କହିଥିଲେ ଯେ ତାଙ୍କ ପିଲାଙ୍କ ଯତ୍ନ ରଖଯାଉ । ଏହାପରେ, ସେ ଚୁପ୍ ହୋଇଗଲେ।
ଯେତେବେଳେ କୋର୍ଟ ସାହିଲଙ୍କୁ ଦଣ୍ଡ ବିଷୟରେ ତାଙ୍କର ମତାମତ ପଚାରିଲେ, ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଲେ। ଶୁଣାଣି ସମୟରେ ବିଚାରପତି ସାହିଲଙ୍କୁ ମଧ୍ୟ ପଚାରିଲେ ଯେ ସେ ପୂର୍ବରୁ କୌଣସି ଅପରାଧ କରିଛନ୍ତି କି? ସାହିଲ ପୂର୍ବ କୌଣସି ଅପରାଧକୁ ଅସ୍ୱୀକାର କରିଥିଲେ।

