ଏୟାର୍ ମାର୍ଶଲ ଆଶୁତୋଷ ଦିକ୍ଷୀତଙ୍କୁ ବାୟୁସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଏବେ ଆଶୁତୋଷ ଦିକ୍ଷୀତ ଭାରତୀୟ ବାୟୁସେନାରେ ଉପ ମୁଖ୍ୟ (Deputy Chief) ଦାୟିତ୍ଵ ତୁଲାଉଛନ୍ତି । ଆଶୁତୋଷଙ୍କ ନିକଟରେ ୩୫୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅନୁଭବ ରହିଛି ।
ଆଶୁତୋଷ ଦିକ୍ଷୀତ ଦୀର୍ଘ ବର୍ଷ ହେଲା ବାୟୁସେନାରେ ଅଛନ୍ତି । ସେ ୧୯୮୬ ଡିସେମ୍ବର ୬ ତାରିଖରେ ଭାରତୀୟ ବାୟୁସେନାରେ ଫାଇଟର ଷ୍ଟ୍ରିମ୍ରେ ସାମିଲ୍ ହୋଇଥିଲେ । ଆଶୁତୋଷ ଜଣ କ୍ଵାଲିଫାଏଡ୍ ଫ୍ଲାଇଂ ଇନଷ୍ଟ୍ରକ୍ଟର ଓ ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍ ଅଟନ୍ତି ।

