ସଂଚାର ବ୍ୟୁରୋ: ଫୁଲବାଣୀ ପକ୍ସୋ କୋର୍ଟଙ୍କ ଐତିହାସିକ ରାୟ । ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ ଅଭିଯୁକ୍ତକୁ ୫୫ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ ହେଲେ ଦୋଷୀକୁ ଅଧିକ ୮ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କୋଟଗଡ଼ ଥାନା ଅଞ୍ଚଳର କିଷାନ୍ତ ସାନ ସେଠ। ପୀଡିତା ଜଣକ କିଷାନ୍ତଙ୍କ ଘରେ ଟିଭି ଦେଖୁଥିବା ବେଳେ ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ପୀଡିତାଙ୍କ ପରିବାର ଲୋକ ଜାଣିପାରି କୋଟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଆଜି ମାମଲାର ବିଚାର କରି ଫୁଲବାଣୀ ପକ୍ସୋ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।