ଦର୍ଶକଙ୍କୁ ପୁଣିଥରେ ଚମକାଇବେ ଅକ୍ଷୟ ଖାନ୍ନା, ଏଥର…

0
SHARES
9
VIEWS

ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ ଖାନ୍ନା ପୁଣି ଥରେ ଦର୍ଶକଙ୍କୁ ଚମକାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଗାମୀ ପୌରାଣିକ ଫିଲ୍ମ ‘ମହାକାଳୀ’ରେ ସେ ଏକ ସମ୍ପୂର୍ଣ୍ଣ ନୂଆ ତଥା ଦମଦାର ଅବତାରରେ ନଜର ଆସିବେ। ଏହି ସିନେମାରେ ତାଙ୍କୁ ରାକ୍ଷସମାନଙ୍କର ଗୁରୁ ଅର୍ଥାତ୍ ଆସୁର ଗୁରୁ ଶୁକ୍ରାଚାର୍ଯ୍ୟ ଭୂମିକାରେ ଦେଖିବାକୁ ମିଳିବ। ସୁପରହିଟ୍ ଫିଲ୍ମ ‘ହନୁମାନ’ର ସଫଳତା ପରେ ଲୋକପ୍ରିୟ ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ତାଙ୍କ ସିନେମାଟିକ୍ ୟୁନିଭର୍ସରେ ଏହି ନୂଆ ଚରିତ୍ରକୁ ସାମିଲ କରିଛନ୍ତି, ଯାହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ପ୍ରଶାନ୍ତ ବର୍ମା ସିନେମାଟିକ୍ ୟୁନିଭର୍ସର ପ୍ରଥମ ମହିଳା ସୁପରହିରୋ

ପ୍ରଶାନ୍ତ ବର୍ମା ସିନେମାଟିକ୍ ୟୁନିଭର୍ସ (PVCU)ର ଅଂଶବିଶେଷ ଥିବା ଏହି ଫିଲ୍ମଟି ଏକ ମହିଳା ସୁପରହିରୋ କାହାଣୀ ଉପରେ ଆଧାରିତ। ‘ମହାକାଳୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଲୋକପ୍ରିୟ ନିର୍ଦ୍ଦେଶିକା ପୂଜା ଅପର୍ଣ୍ଣା କୋଲୁରୁ ଗ୍ରହଣ କରିଥିବା ବେଳେ, ଏହାର ପ୍ରଯୋଜନା ଆରକେଡି ଷ୍ଟୁଡିଓଜ୍ ବ୍ୟାନରରେ ରିୱାଜ୍ ରମେଶ ଦୁଗ୍ଗଲ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭୂମି ଶେଟ୍ଟୀ ମୁଖ୍ୟ ଭୂମିକାରେ ନଜର ଆସିବେ। କାହାଣୀରେ ଆଧ୍ୟାତ୍ମିକତା, ପୁରାଣ ଏବଂ ଆକ୍ସନର ଏକ ଅଦ୍ଭୁତ ମିଶ୍ରଣ ଦେଖିବାକୁ ମିଳିବ, ଯେଉଁଥିରେ ଅକ୍ଷୟ ଖାନ୍ନାଙ୍କ ଚରିତ୍ର କାହାଣୀକୁ ଆହୁରି ରୋମାଞ୍ଚକର କରିବ।

ଶୁକ୍ରାଚାର୍ଯ୍ୟ ଲୁକ୍‌କୁ ନେଇ ବଢୁଛି ଉତ୍ସାହ

୨୪ ଅଗଷ୍ଟ ୨୦୨୬ରେ ମେକର୍ସଙ୍କ ପକ୍ଷରୁ ଅକ୍ଷୟ ଖାନ୍ନାଙ୍କ ଏହି ବିଶେଷ ଲୁକ୍‌ର ପ୍ରଥମ ଝଲକ ପ୍ରକାଶ କରାଯାଇଛି। ସୋସିଆଲ ମିଡିଆରେ ଏହି ଲୁକ୍ ଭାଇରାଲ ହେବାରେ ଲାଗିଛି ଏବଂ ନେଟିଜେନ୍ସମାନେ ଏହାକୁ ଦେଖି ‘ଗୁଜବମ୍ପସ୍’ ଆସିଯାଉଥିବା ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଚତୁର, ଜ୍ଞାନୀ ଏବଂ ଶକ୍ତିଶାଳୀ ପୌରାଣିକ ଗୁରୁ ଭାବରେ ଅକ୍ଷୟଙ୍କ ଅଭିନୟ ଯାଦୁ ଦେଖିବାକୁ ସିନେପ୍ରେମୀମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

Next Post

Leave a Reply

Your email address will not be published. Required fields are marked *

I agree to the Terms & Conditions and Privacy Policy.