ଭୁବନେଶ୍ୱର : ଦେଶର ଯଶଶ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ କ୍ରାନ୍ତିଦିବସ ଅବସରରେ ଦେଶବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରା ଜାରି ରହିଛି। ତ୍ରିରଙ୍ଗାର ସମ୍ମାନ ଓ ଜାତୀୟତା ବୋଧକୁ ଘରେ ଘରେ ପହଞ୍ଚାଇବା ପାଇଁ ମଧ୍ୟ ନିର୍ବାଚନମଣ୍ଡଳୀର ବିଧାୟକପ୍ରାର୍ଥୀ ତଥା ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଭୁବନେଶ୍ୱର ରାଜମହଲ ଛକ ଠାରୁ ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।
ଶୋଭାଯାତ୍ରାରେ ଶ୍ରୀରାମମଣ୍ଡଳ ଓ ସହିଦମଣ୍ଡଳର ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କ ସମେତ ଜଗନ୍ନାଥ ପ୍ରଧାନ ହାତରେ ତ୍ରିରଙ୍ଗା ଓ ଭାରତମାତା କି ଜୟ ସ୍ଲୋଗାନ ଦେଇ ଏହି ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଆମ୍ଭେ ଭାରତମାତାର ସନ୍ତାନ ହୋଇଥିବାରୁ ନିଜକୁ ଗର୍ବିତ ଓ ସୌଭାଗ୍ୟବାନ୍ ବୋଲି ସମଗ୍ର ବିଶ୍ୱରେ ଆମର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛୁ।
ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ୱାନକ୍ରମେ ଆମ୍ଭେ ହୋଇଥିବା ଏହି ଶୋଭାଯାତ୍ରାକୁ ଆସନ୍ତା ଅଗଷ୍ଟ ୯ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଧୁମଧାମରେ ପାଳନ କରାଯିବ। ଏହିକ୍ରମରେ ମଧ୍ୟ ନିର୍ବାଚନମଣ୍ଡଳୀର ସମସ୍ତ ୱାର୍ଡରେ ପାଳନ ହେବ। ଆଜିର ଏହି ତ୍ରିରଙ୍ଗା ଶୋଭାଯାତ୍ରାକୁ ବେଶ ଉତ୍ସାହ ଓ ଉଦ୍ଦିପନ୍ନା ସହ ରାଜଧାନୀବାସୀ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମକୁ ସହିଦମଣ୍ଡଳର ସଭାପତି ସ୍ୱୟଂଭୁ ମୋହନ ପଟ୍ଟନାୟକ ଓ ଶ୍ରୀରାମମଣ୍ଡଳ ସଭାନେତ୍ରୀ ତୁଳସୀ ବିଷୋୟୀ ବେଶ ଶୃଙ୍ଖଳାର ସହିତ ପରିଚାଳନା କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ନେତୃମଣ୍ଡଳୀ ଯୋଗଦେଇଥିଲେ।
