ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖଇରପଙ୍କ ଗାଁ ନିକଟରେ ବଜ୍ରପାତରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ଧାନ୍ୟରାଶି ଗାଁ ର ହୋଇଥବା ଜଣାପଡିଛି । ସେ ଖଇରପଙ୍କକୁ ଆସୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବମକେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନା ମୁତାବକ ମୃତକ ହେଲେ ରାଜୀବ କନିଆରୀ । ରାଜୀବ ଖଇରପଙ୍କରେ ଥିବା ଜୁଇଁ ଘରକୁ ଆସିବା ସମୟରେ ଏହି ଅଘଟଣ ଘଟିଛି ।
