Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ବାର୍ଷିକ ୧୦ ଦିନ ବ୍ୟାଗ୍‌ବିହୀନ ସ୍କୁଲ ଆସିବେ ପିଲା

Sanchar Live by Sanchar Live
June 8, 2026
in ଭାରତ
0
ବାର୍ଷିକ ୧୦ ଦିନ ବ୍ୟାଗ୍‌ବିହୀନ ସ୍କୁଲ ଆସିବେ ପିଲା
0
SHARES
29
VIEWS
FacebookTwitter

ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)-୨୦୨୦କୁ ବିଦ୍ୟାଳୟ ସ୍ତରରେ ଲାଗୁ କରିଛନ୍ତି ରାଜ୍ୟ ସରକାର। ଏନ୍‌ଇପି-୨୦୨୦ ଅନୁଯାୟୀ ପାଠ୍ୟକ୍ରମ ରୂପରେଖ ମଧ୍ୟ ପରିବର୍ତ୍ତନ ହୋଇଛି। ଓଡ଼ିଶା ପାଠ୍ୟକ୍ରମ ରୂପରେଖ- ବିଦ୍ୟାଳୟ ଶିକ୍ଷା-୨୦୨୫କୁ ଆଧାର କରି ପାଠ୍ୟପୁସ୍ତକ ବଦଳାଯାଇଛି । ଏନ୍‌ଇପି ଆଧାରରେ ସ୍କୁଲରେ ପାଠପଢ଼ା ହେବ । ସମସ୍ତ ଶ୍ରେଣୀର ପିଲାଙ୍କ ଉପରୁ ବିଷୟବସ୍ତୁର ଭାର ହ୍ରାସ କରାଯିବ । ଗୋଟିଏ ଶିକ୍ଷାବର୍ଷରେ ୨୩୦ଦିନ ସ୍କୁଲ ଖୋଲାଯିବ ।

ଏଥିରୁ ୨୦ଦିନ ବିଭିନ୍ନ ଗଠନମୂଳକ ମାନ ନିର୍ଦ୍ଧାରଣ, ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ ଭଳି ଅନ୍ୟ କାର୍ଯ୍ୟ ପାଇଁ ଦିଆଯିବ । ୨୦ଦିନ ସ୍କୁଲର ବାର୍ଷିକ ଉତ୍ସବ, କ୍ରୀଡ଼ା ଉତ୍ସବ ଓ ଅନ୍ୟ ଉତ୍ସବ ଆଦି ପାଳନ କରାଯିବ । ଏଥିସହ ବାର୍ଷିକ ୧୦ ଦିନ ବ୍ୟାଗ୍‌ବିହୀନ ଦିବସ ଅର୍ଥାତ୍‌ ବିନା ବ୍ୟାଗ୍‌ରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବେ । ଏସବୁକୁ ବାଦ୍‌ ଦେବା ପରେ ଶିକ୍ଷାବର୍ଷରେ ୧୯୦ଦିନ ଶିକ୍ଷାଦାନ କରାଯିବ । ଏପରି ଏକ ନୂଆ ସମୟ ସାରଣୀ ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।

ବିଭାଗର ସୂଚନା ଅନୁଯାୟୀ, ମଧ୍ୟସ୍ତର ଅର୍ଥାତ୍‌ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ତାନି ବିହୀନ ଦିବସ ପାଳନ କରାଯିବ । ବୃତ୍ତିଗତ ଶିକ୍ଷା ପାଇଁ ଉଦ୍ଦିଷ୍ଟ ୪ଟି ପିରିୟଡ଼ରୁ ଗୋଟିଏ ପିରିୟଡ଼ ବସ୍ତାନି ବିହୀନ ଦିବସ ଭାବେ ପାଳନ କରାଯିବ । ବିଶେଷ କରି ଶନିବାର ଦିନ ଏହାକୁ ପାଳନ କରାଯିବ । ବିଭାଗ କହିଛି, ମଧ୍ୟସ୍ତର ଶିକ୍ଷାର୍ଥୀଙ୍କ ପାଇଁ ବିଷୟଭିତ୍ତିକ ଗୁରୁତ୍ୱ ଓ ରାଜ୍ୟର ସାଂପ୍ରତିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖାଯାଇଛି ।

ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟ ଦିବସରେ ୭ଟି ଲେଖାଏଁ ପରିୟଡ୍‌ ରହିବ । ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ୪୨ଟି ପିରିୟଡ୍‌ କ୍ଲାସ ହେବ । ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । ଯାହାକୁ ସ୍କୁଲ କର୍ତ୍ତୃପକ୍ଷ ପାଳନ କରିବେ । ବିଭାଗ ଏନ୍‌ଇପି୨୦୨୦କୁ ଆଧାର କରି କଳା ଓ ଶାରୀରିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି । ଏହା ମଧ୍ୟ କୁହାଯାଇଛି, ଉଭୟର ଥିଓରୀ ସହ ପ୍ରାକ୍ଟିକାଲ କ୍ଲାସ ହେବ । ସମସ୍ତ ଶ୍ରେଣୀରେ ଗଣିତ, ବିଜ୍ଞାନ, କଳା ଶିକ୍ଷା, ଶାରିରୀକ ଶିକ୍ଷା/ବୃତ୍ତିଗତ ଶିକ୍ଷାରେ ଦୁଇଟି ଲେଖାଏଁ ସଂଯୁକ୍ତ ପିରିୟଡ୍‌କୁ ନେଇ ୮୦ରୁ ୯୦ ମିନିଟ୍‌ର ଶିକ୍ଷାଦାନ କରାଯିବ । ଯାହା ଦ୍ୱାରା ପ୍ରକଳ୍ପ ପ୍ରସ୍ତୁତି, ବିଜ୍ଞାନ ପରୀକ୍ଷଣ, ବିବରଣୀ ପ୍ରସ୍ତୁତି, ଭୂମିକା ଅଭିନୟ ପ୍ରସ୍ତୁତି ସହ ଉପସ୍ଥାପନା ହୋଇପାରିବ ।

ଶିଶୁବାଟିକା ପିଲାଙ୍କୁ ନେଇ ଗୋଲ୍‌ ବୈଠକ କରାଯିବ । ପ୍ରତ୍ୟେକ ଦିନ ପ୍ରଥମ ପିରିୟଡ଼ର ୧୫ ମିନିଟ୍‌ ଶିଶୁବାଟିକାର ଛାତ୍ରଛାତ୍ରୀଙ୍କୁ ନେଇ ଗୋଲ ବୈଠକ କାର୍ଯ୍ୟ ହେବ । ଏହି ସମୟରେ ଶିକ୍ଷକ ପିଲାମାନଙ୍କ ସହ ମୁକ୍ତ ବାର୍ତ୍ତାଳାପ କରିବେ । ଅନୁଭୂତି ଆଧାରିତ ଆଲୋଚନା କରିବେ । ଗପ କହିବେ, କବିତା ଆବୃତ୍ତି ଓ ମୌଖିକ ଖେଳ ଖେଳିବେ । ପ୍ରତି ସପ୍ତାହର ଶନିବାର ଦିନ ଶିଶୁ ସଭା ଅନୁଷ୍ଠିତ ହେବ ।

ଏଠାରେ ସମସ୍ତ ଶିକ୍ଷାର୍ଥୀ ଓ ବିଦ୍ୟାଳୟ ମନ୍ତିମଣ୍ଡଳକୁ ଏକାଠି ବସାଇ ବକ୍ତୃତା, ତର୍କ, କୁଇଜ୍‌ ଆଦି ଆଲୋଚନା ହେବ । ଏଥିସହ ଅଭିନୟ, କବିତା ଆବୃତ୍ତି, ଲିଖନ ପରି ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟ ହେବ । ଛାତ୍ରଛାତ୍ରୀଙ୍କୁ ପାଠାଗାର ଓ ପଠନ ଅଭ୍ୟାସ କରାଯିବ । ପିଲାମାନେ ଲାଇବ୍ରେରୀରେ ବସି ପଢ଼ିବେ । ସେହିପରି ଭାଷା ପିରିୟଡ଼କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଭାଷା ପିରିୟଡ୍‌ରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସହ ମୌଖିକ ଭାଷା ବିକାଶ, ଡିକୋଡିଂ, ପଠନ, ଲିଖନ ସଂପର୍କିତ କାର୍ଯ୍ୟ ହେବ । ଶିଶୁ ବାଟିକାର ପିଲାଙ୍କୁ ପ୍ରାକ୍‌ ପଠନ ଓ ପ୍ରାକ୍‌ ଲିଖନ୍‌ ଅଭ୍ୟାସ କରାଯିବ । ଗଣିତ ପିରିୟଡ୍‌ରେ ଶିଶୁବାଟିକାର ପିଲାଙ୍କୁ ବାସ୍ତବ ବସ୍ତୁର ବ୍ୟବହାର କରି ପ୍ରାକ୍‌ ଗାଣିତିକ କାର୍ଯ୍ୟ ହେବ । ପରିବେଶଭିତ୍ତିକ ଶିକ୍ଷା, ମୁକ୍ତ ଖେଳ, କଳା, ସର୍ଜନଶୀଳତା ବିକାଶ ଆଦି ହେବ ।

Tags: nepschool
ShareTweetShareSend
Sanchar Live

Sanchar Live

Next Post
ରାଜଧାନୀରେ ଚାଞ୍ଚଲ୍ୟ, ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ

ରାଜଧାନୀରେ ଚାଞ୍ଚଲ୍ୟ, ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.