କୁହାଯାଏ ଶାଶୁ ହେଉଛନ୍ତି ମାଆ ସମାନ । ହେଲେ ଏଭଳି ଏକ ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ଶାଶୁ ମଥାରେ ସିନ୍ଦୂର ଦେଇଛି ଜ୍ବାଇଁ । ସବୁ ସାମାଜିକ ଲାଜ ସରମକୁ ଛାଡ଼ି କୋର୍ଟରେ କରିଛନ୍ତି ବିବାହ । ଯେଉଁ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶର କାନପୁରରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହିଳା ଜଣକ ଦୀର୍ଘଦିନ ହେବ ତାଙ୍କ ଜ୍ବାଇଁଙ୍କ ସହ ସମ୍ପର୍କରେ ରହିଥିଲେ । ସେ ତାଙ୍କ ସହ ଖରାପ ସମ୍ପର୍କ ରଖୁଥିଲେ । ଯାହାକୁ ନେଇ ଲୋକମାନେ ନିନ୍ଦା କରୁଥିଲେ । ଏହାସହ ଘରେ ମଧ୍ୟ ଝଗଡ଼ା ଲାଗି ରହୁଥିଲା । କିନ୍ତୁ ତାଙ୍କ ଜ୍ବାଇଁ ଘରୁ ଉଠାଇ ନେଇ କୋର୍ଟରେ ବିବାହ କରିଥିବାବେଳେ ଏକ ଭିଡିଓ ପୋଷ୍ଟ କରି ଏ ସମ୍ପର୍କରେ ନିଜେ ପ୍ରକାଶ କରିଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଖରାପ ଭାଷାରେ ଗାଳି କରୁଛନ୍ତି । ସେମାନେ ସେମାନେ ଦେଖାଇଥିବା କୋର୍ଟ ପେପର ଅସଲି କି ନକଲି ତାହା ସ୍ପଷ୍ଠ ହୋଇନାହିଁ ।

