ଅଧାରୁ ଅଧିକ ମିଛ କହିଛନ୍ତି ଓମ୍ ପ୍ରକାଶ ଓ ପୀଡ଼ିତା । ବାଲିଅନ୍ତା ବର୍ବରତାର ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ସୌମ୍ୟ ରଞ୍ଜନଙ୍କ ବନ୍ଧୁ ଓମ୍ ପ୍ରକାଶ ଓ ପୀଡ଼ିତାଙ୍କର ହୋଇଥିଲା ମିଛ ଧରା ପରୀକ୍ଷା । ଏମାନେ ଟେଷ୍ଟରେ ଅଧାରୁ ଅଧିକ ପ୍ରଶ୍ନର ମିଛ ଉତ୍ତର ଦେଇଛନ୍ତି । ପଲିଗ୍ରାଫ ଟେଷ୍ଟ ବେଳେ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ୨୩୦ରୁ ଅଧିକ ପ୍ରଶ୍ନକୁ ନେଇ ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ହେଲେ ରିପୋର୍ଟରେ ଅଧିକ ଉତ୍ତର ମିଛ ରହିଥିବା ଜଣାପଡ଼ିଛି। ଯାହାକୁ ନେଇ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତକୁ ନେଇ ଅଡୁଆରେ ପଡିଛି। ଗତ ଶନିବାର ଓ ରବିବାର ହୋଇଥିଲା ପଲିଗ୍ରାଫ ଟେଷ୍ଟ। ଷ୍ଟେଟ ଫରେନସିକ ଲ୍ୟାବରେ ହୋଇଥିଲା ଟେଷ୍ଟ। ରିପୋର୍ଟ ଆସିବା ପରେ ପୀଡିତା ଏବଂ ଓମଙ୍କ ବୟାନକୁ ଆଉ ଥରେ ଯାଂଚ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଘଟଣା ସଂପର୍କରେ ଓମଙ୍କୁ ଏକାଧିକ ଥର ପଚରାଉଚରା କରାଯାଇଥିଲା ।
ଦୁଇ ଦିନ ପୂର୍ବରୁ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ପ୍ରତିକ୍ରିୟା ମିଳିଥିଲା । ସୌମ୍ୟଙ୍କ ବ୍ରେନ ଡେଡ ଥିଲା ବୋଲି କ୍ରାଇମବ୍ରାଞ୍ଚ ଟିମଙ୍କୁ ଜଣାଇଥିଲେ । ମେଡିକାଲ ଯାଞ୍ଚ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ବିପି ନନ୍ ରେକର୍ଡବେଲ ଥିଲା ଏବଂ ପଲ୍ସ ମଧ୍ୟ ରେକର୍ଡ ହେଉନଥିଲା । ମୁଣ୍ଡକୁ ଅତ୍ୟଧିକ ମାଡ଼ ଯୋଗୁଁ ହୁଏତ ବ୍ରେନ ହାମରେଜ ହୋଇଥାଏ ପାରେ ବୋଲି କହିଥିଲେ ଡାକ୍ତର।

