Saturday, June 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ମୁମ୍ବାଇକୁ ଭେଟିବ ହାଇଦ୍ରାବାଦ

Sanchar Live by Sanchar Live
April 29, 2026
in କ୍ରୀଡ଼ା
0
ଆଜି ମୁମ୍ବାଇକୁ ଭେଟିବ ହାଇଦ୍ରାବାଦ
0
SHARES
15
VIEWS
FacebookTwitter

ଚଳିତ ଆଇପିଏଲ୍‌ରେ ଆଜି ମୁମ୍ବାଇ ଘରୋଇ ଗ୍ରାଉଣ୍ଡରେ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି । ଦଳ ୭ଟି ମ୍ୟାଚ ଖେଳି ୪ ପଏଣ୍ଟ ଅର୍ଜନ କରିଥିବାବେଳେ ହାଇଦ୍ରାବାଦ ୮ଟି ମ୍ୟାଚରୁ ୧୦ ପଏଣ୍ଟ ପାଇଛି । ମୁମ୍ବାଇ ପାଇଁ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚକୁ ନେଇ ଘରୋଇ ଦଳ ଜୋରଦାର ପ୍ରସ୍ତୁତି କରିଛି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ମୁମ୍ବାଇକୁ ଏବେଠୁ ବାକି ସବୁ ମ୍ୟାଚ ଜିତିବାକୁ ହେବ । ତେଣୁ ଆଜି ବିଜୟ ପାଇଁ ସବୁ ଶକ୍ତି ଲଗାଇବାକୁ ଦଳ ପ୍ରୟାସ କରିବ ।

ହାଇଦ୍ରାବାଦ ଚମତ୍କାର ଫର୍ମରେ ରହିଛି । ବୋଲିଂ ବିଭାଗରେ ବିଭିନ୍ନତା ହାଇଦ୍ରାବାଦକୁ ଶକ୍ତିଶାଳୀ କରିଛି । ପ୍ୟାଟ୍ କମିନ୍ସ ଖେଳିବା ପରଠୁ ବୋଲିଂ ବିଭାଗର ଶକ୍ତି ଦ୍ୱିଗୁଣା ହୋଇଛି । ବ୍ୟାଟିଂ ବିଭାଗ ମଧ୍ୟ ଉନ୍ନତ ପ୍ରଦର୍ଶନ ଜାରି ରଖିଛି । ମୁମ୍ବାଇକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ଅସଲରେ କହିବାକୁ ଗଲେ ଯଶପ୍ରୀତ ବୁମରା ୱିକେଟ୍ ହାସଲ କରିବାରେ ବିଫଳ ହେଉଥିବାରୁ ମୁମ୍ବାଇ ଅନେକ ବିଜୟ ହାତଛଡ଼ା କରିଛି । ନଚେତ ବ୍ୟାଟିଂ ବିଭାଗର ପ୍ରଦର୍ଶନରେ ସେଭଳି ଅବନତି ହୋଇ ନାହିଁ । ବୋଲିଂ ବିଭାଗକୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାକୁ ପଡ଼ିବ ।

ମିଚେଲ ସାଣ୍ଟନର ଆହତ ହୋଇ ଦଳରୁ ବାଦ ପଡ଼ିଛନ୍ତି । ମାତ୍ର ଫିଟ୍ ୱିଲ ଜ୍ୟାକ୍ସଙ୍କ ଉପସ୍ଥିତି ଦଳର ସନ୍ତୁଳନକୁ ବଜାୟ ରଖିବା ନିଶ୍ଚିତ । ସେ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୪ଟି ମ୍ୟାଚରେ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ତେଣୁ ତାଙ୍କୁ ଏକାଦଶରେ ସ୍ଥାନ ମିଳିବା ଜରୁରି । ସେ ନିମ୍ନ ମଧ୍ୟଭାଗରେ ବ୍ୟାଟିଂ କରି ଡେଥ ଓଭରରେ ବିସ୍ଫୋରକ ସଟ୍ ଖେଳିବାର କ୍ଷମତା ରଖିଛନ୍ତି । ଏହା ବ୍ୟତୀତ ସେ ଅଫ ସ୍ପିନ୍ ବୋଲିଂ ବଳରେ ପ୍ରତିପକ୍ଷକୁ ଅଟକାଇ ପାରିବେ । ସେ ସାଣ୍ଟନରଙ୍କ ସ୍ଥାନରେ ଖେଳିବା ନିଶ୍ଚିତ । ହାଇଦ୍ରାବାଦ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ ।

ପୂର୍ବ ରେକର୍ଡ ମୁମ୍ବାଇ ପକ୍ଷରେ ରହିଥିଲେ ହେଁ ହାଇଦ୍ରାବାଦ ଉନ୍ନତ ଫର୍ମରେ ରହିଥିବାରୁ ମୁମ୍ବାଇର ଆଧିପତ୍ୟରେ ବ୍ରେକ୍ ଲଗାଇ ପାରିବ । ଉଭୟ ଦଳ ପରସ୍ପରକୁ ୨୫ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୧୫ଟି ମ୍ୟାଚ ଜିତିଛି । ଗତ ୨ ବର୍ଷ ମଧ୍ୟରେ ଉଭୟ ଦଳ ୩ଥର ସାମ୍ନା ସାମ୍ନି ହୋଇଥିବାବେଳେ ମୁମ୍ବାଇ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ସମୁଦ୍ର ନିକଟରେ ଷ୍ଟାଡ଼ିୟମ୍ ରହିଥିବାରୁ ଅପରାହ୍ଣରେ ନୂଆ ବଲ୍ ସୁଇଂ ହେବ । ଫଳରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ କାକର ମଧ୍ୟ ମ୍ୟାଚକୁ ପ୍ରଭାବିତ କରିବ । ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ ।

ସମ୍ଭାବ୍ୟ ଦଳ

ମୁମ୍ବାଇ: କ୍ୱିଣ୍ଟନ ଡି କକ୍, ରୋହିତ ଶର୍ମା/ଡାନିଶ ମାଲେୱର, ନମନ ଧିର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସେରଫାନ ରଦରଫୋର୍ଡ, ୱିଲ ଜ୍ୟାକ୍ସ, ସର୍ଦୁଲ ଠାକୁର/କ୍ରିସ ଭଗତ, ଅଶ୍ୱନୀ କୁମାର, ଯଶପ୍ରୀତ ବୁମରା, ଆଲ୍ଲା ଗଜନଫର ।

ହାଇଦ୍ରାବାଦ: ଟ୍ରାଭିସ ହେଡ୍, ଅଭିଷେକ ଶର୍ମା, ଇଶାନ କିଷନ, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡୀ, ସଲିଲ ଆରୋରା, ଅନିକେତ ବର୍ମା, ପ୍ୟାଟ୍ କମିନ୍ସ (ଅଧିନାୟକ), ଶିବାଙ୍ଗ କୁମାର, ଇଶାନ ମାଲିଙ୍ଗା, ପ୍ରଫୁଲ୍ଲ ହିଙ୍ଗେ

Tags: IPL 2026Srh vs mi
ShareTweetShareSend
Sanchar Live

Sanchar Live

Next Post
ଭୋଟ ଦେଉଛି ପଶ୍ଚିମବଙ୍ଗ, ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଭୋଟ ଦେଉଛି ପଶ୍ଚିମବଙ୍ଗ, ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଜାମିନ୍ ଆବେଦନ ଖାରଜ ପରେ ଜେଲ ଗଲେ ଚାମେଲୀ ଓଝା
  • ଅନଲାଇନ ସପିଂ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ
  • ସ୍ୱାମୀଙ୍କୁ ମନେ ପକାଇଲେ କରିସ୍ମା
  • କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି, ଓଡିଶାରୁ ୨ ଅଧିକାରୀ
  • ହାଇୱାକୁ ପିଟିଲା BMW କାର୍, ୨ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.