ବେଙ୍ଗାଲୁରୁ ଦଳର ଷ୍ଟାର ବ୍ୟାଟର ବିରାଟ ବିସ୍ଫୋରକ ଓପନରଙ୍କ ଲଢ଼େଇ କୋହଲି ଏକ ରେକର୍ଡ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୯୦୦୦ ରନ୍ ପୂରଣ କରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ୧୫ଟି ବଲ୍ରେ ଅପରାଜିତ ୨୩ ରନ କରିଥିଲେ । ସେ ୨୭୫ତମ ମ୍ୟାଚ ଓ ୬୭୩୨ଟି ବଲ୍ ଖେଳି ୯୦୦୦ ରନ ପୂରଣ କରିଥିଲେ । ଆଇପିଏଲ୍ରେ ସର୍ବାଧିକ ରନ୍ ତାଲିକାରେ କୋହଲି ବହୁ ପୂର୍ବରୁ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ୭୧୮୩ ରନ୍ ସହ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଶିଖର ଧାୱନ ୬୭୬୯ ରନ ସହ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋରର ଏହି କିମ୍ବଦନ୍ତୀ ବ୍ୟାଟର ଏହି ରେକର୍ଡ ହାସଲ କରିଛନ୍ତି ଯାହା ଅନ୍ୟ କୌଣସି ଖେଳାଳିଙ୍କ ପାଇଁ ପହଞ୍ଚିବା ବହୁତ କଷ୍ଟକର ହେବ । ନିଜର ୨୫୭ତମ ଆଇପିଏଲ ମ୍ୟାଚ୍ ଖେଳୁଥିବା କୋହଲିଙ୍କୁ ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ କେବଳ ୧୧ ରନ ଆବଶ୍ୟକ ଥିଲା, ଯାହା ସେ ଆରସିବିର ଇନିଂସର ଷଷ୍ଠ ଓଭରର ଶେଷ ବଲରୁ ଗୋଟିଏ ସିଙ୍ଗଲ୍ ନେଇ ହାସଲ କରିଥିଲେ । ଏହି ସଫଳତା ପାଇଁ କୋହଲି ୬୭୩୨ବଲର ସାମ୍ନା କରିଛନ୍ତି । କିଙ୍ଗ୍ କୋହଲି ୨୭୫ ମ୍ୟାଚ୍ ଖେଳି ମାତ୍ର ୨୬୭ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ବିରାଟ କୋହଲିଙ୍କ ଏହି ରେକର୍ଡ ପୁଣି ଥରେ ପ୍ରମାଣିତ କରେ ଯେ ତାଙ୍କୁ ଟି-ଟ୍ୱେଣ୍ଟି କ୍ରିକେଟର ସର୍ବଶ୍ରେଷ୍ଠ ବ୍ୟାଟର ମଧ୍ୟରୁ ଜଣେ ବୋଲି କାହିଁକି ବିବେଚନା କରାଯାଏ ।

