କଂଗ୍ରେସର ତିନି ତିନି ଜଣ ବିଧାୟକ କ୍ରସଭୋଟିଂ କରିବାର ସାଂଘାତିକ ଅଭିଯୋଗ ହେଉଛି। କଂଗ୍ରେସର ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ଦାଶରଥି ଗମାଙ୍ଗ ଓ ରମେଶ ଜେନା କ୍ରସ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ଏଜେଣ୍ଟ ଭକ୍ତ ଚରଣ ଦାସ। ଏହି ଦୁଇ ବିଧାୟକ ଦଳୀୟ ହୁଇପ ନ ମାନି ଅନ୍ୟତ୍ର ଭୋଟ ଦେଇଛନ୍ତି। “ଆମ ଅଭିଯୋଗକୁ ଗ୍ରହଣ କରି ବିଚାର କରିବାକୁ ଦାବି କରିଛନ୍ତି ଭକ୍ତଚରଣ ଦାସ”।
ବିଜେଡି ଓ କଂଗ୍ରେସ ପାଇଁ ଚିନ୍ତା ବଢାଇଛି କ୍ରସ ଭୋଟିଂ। କଂଗ୍ରେସର ଦୁଇ ବିଧାୟକ ଦାଶରଥି ଗମାଙ୍ଗ ଓ ରମେଶ ଜେନା କ୍ରସ ଭୋଟିଂ କରିଛନ୍ତି। ସେପଟେ ସନାତନ ମହାକୁଡ଼ଙ୍କ ବୟାନ ବିଜେଡି ପାଇଁ ଚିନ୍ତା ବଢାଇଛି। ଆଉଜଣେ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ବିଜେପିକୁ ଭୋଟ ଦେବା ନେଇ ଚର୍ଚ୍ଚା ହେଉଛି। ଅରବିନ୍ଦ ବିଜେଡି ଏଜେଣ୍ଟକୁ ଦେଖେିଇ ନାହାନ୍ତି ନିଜ ଭୋଟ । ବିଜେପି ଏଜେଣ୍ଟଙ୍କୁ ଦେଖେଇଲେ ବୋଲି ଆସୁଛି ସୂଚନା। ସେପଟେ ଭୋଟ ଦେଇ ଆସିବା ପରେ କଂଗ୍ରେସ ବିଧାୟକ ରମେଶ ଜେନା ରଖିଥିବା ବୟାନ ବଢାଇଲା ସସପେନ୍ସ।
ରାଜ୍ୟସଭା ନିର୍ବାଚନ ନେଇ ମୁଁହ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ଦଳର ରାଜ୍ୟସଭା ପ୍ରାର୍ଥି ମନମୋହନ ସାମଲ। “ମୁଁ ପ୍ରଥମରୁ କହିଛି ଚତୁର୍ଥ ସିଟ୍ ଆମେ ଜିତିବୁ। ଏଥିରେ କିଛି ସନ୍ଦେହ ଅଛି କି”? ଆଜି ସମସ୍ତେ ଆସିଥିଲେ, ଆଲୋଚନା ହୋଇଛି।