ସଂଚାର ବ୍ୟୁରୋ: ପ୍ରେମ ବ୍ଯାପାରରୁ ଛାତ୍ରଙ୍କୁ ମାରି ନାଳରେ ଫିଙ୍ଗିଦେଲେ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରୁ ଆସିଛି ଏଭ ସଂଗୀନ ଅଭିଯୋଗ । ସକାଳୁ ଶଗଡ଼ିଆ ନାଳରୁ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଅଭୟପୁର ଗାଁର ରୁଦ୍ରପ୍ରସାଦ ବେହେରା । ଦୁଇଦିନ ତଳୁ ସେ ନିଖୋଜ ଥିବା ନେଇ ଧର୍ମଶାଳା ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ଯ ତାଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ସକାଳୁ ନାଳରେ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ପ୍ରେମ ବ୍ଯାପାରକୁ କେନ୍ଦ୍ର କରି ପୁଅକୁ ହତ୍ଯା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ରୁଦ୍ରଙ୍କର ମୃତ୍ଯୁ କେମିତି ହେଲା ଏବଂ କିଏ ଓ କାହିଁକି ହତ୍ଯା କଲା ସେନେଇ ପୋଲିସ ତଦନ୍ତ କରୁଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଛାନବିନ କରୁଛି ।