ଆଜି ଚୈତ୍ରମାସ ପ୍ରଥମ ମଙ୍ଗଳବାର ଓଷା । କାକଟପୁର ବାସିନୀ ମା ମଙ୍ଗଳାଙ୍କ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ରାତି ଦୁଇଟାରୁ ମନ୍ଦିର ପହୁଡ ଖୋଲାଯାଇ ମାଙ୍କ ସ୍ନାନ ମାର୍ଜନା ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଆଜି ମା ମଙ୍ଗଳା ଭକ୍ତମାନଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରୁ ମା ମଙ୍ଗଳାଙ୍କ ଦର୍ଶନ କରିବା ପାଇଁ ଭକ୍ତ ଏବଂ ଶ୍ରଦ୍ଧାଳୁ ଙ୍କ ଭିଡ ମଙ୍ଗଳା ମନ୍ଦିର ପରିସରରେ ଦେଖିବାକୁ ମିଳିଛି । ରାତ୍ର ଦୁଇଟାରୁ ମନ୍ଦିର ପହୁଡ ଖୋଲାଯାଇ ମା ଙ୍କ ସ୍ନାନ ମାର୍ଜନା ଆରମ୍ଭ ହୋଇଥିବା ବେଳେ ସାଧାରଣ ଭକ୍ତ ମାନଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ଯୋଗେ ଦର୍ଶନ ବ୍ୟବସ୍ଥା କରାଯାଇଛି ।
