ସଂଚାର ବ୍ୟୁରୋ: ଭୁବନେଶ୍ୱର ପାନ୍ଥନିବାସ ପରିସରରେ ଓଟିଡିସିର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଟିଡିସି କର୍ମଚାରୀମାନେଙ୍କୁ ଉନ୍ନତ ମାନର ସେବା ଯୋଗାଇବା ପାଇଁ ପରାମର୍ଶ ଦେଇଛନ୍ତି । ଓଡ଼ିଶାର ପର୍ଯ୍ୟଟନରେ ଦେଶରେ ୩ ନମ୍ବର କରିବାକୁ ଉଦ୍ୟମ ଆରମ୍ଭ ହୋଇଥିବା କହିବା ସହ ଏଥିପାଇଁ କେନ୍ଦ୍ର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।ଓଟିଡିସି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ସେପଟେ ପର୍ଯ୍ୟଟନର ବିକାଶ ପାଇଁ ବହୁ ନୂଆ ସ୍କିମର ଡିପିଆର ପ୍ରସ୍ତୁତ ହୋଇଛି । ଆଉ ଦୁଇମାସ ପରେ ବର୍ଷା କମିଲେ ପର୍ଯ୍ୟଟନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହେବ । ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଅନେକ ସୁଧାର ଅଣାଯିବ । ଅନେକ ଭିତ୍ତିଭୂମି ସଜଡ଼ାଯିବ । କୋଣାର୍କର ଉଡେନ ରେଷ୍ଟୁରାଣ୍ଟ ରିଭାଇଭ କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା । ଏହି ଅବସରରେ ଉନ୍ନତ ପ୍ରଦର୍ଶନ କରିଥିବା ଓଟିଡିସିର ବହୁ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।