ନୀଳଗିରି: ପରଲୋକରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ । ୭୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅକ୍ଷୟ ଆଚାର୍ଯ୍ୟ । ନୀଳଗିରି ଆସନରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାୟକ ହୋଇଥିଲେ ସେ । ତେବେ ଦୀର୍ଘ ଦିନ ହେବ ସେ କ୍ୟାନସର ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ଆଉ ଆଜି ଭୋର ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି। ପୂର୍ବତନ ବିଧାୟକଙ୍କ ଦେହାନ୍ତରେ ନୀଳଗିରିରେ ଶୋକର ଛାୟା ଖେଳିଯାଇଛି
କଂଗ୍ରେସ ଟିକେଟ୍ରୁ ନିର୍ବାଚିତ ହୋଇଥିଲେ ଅକ୍ଷୟ ଆଚାର୍ଯ୍ୟ । ୧୯୮୦-୮୫, ୧୯୯୦-୯୫ ଯାଏଁ ସେ ବିଧାୟକ ଥିଲେ । ଅକ୍ଷୟ କୁମାର ଆଚାର୍ଯ୍ୟ ୧୯୬୯ ମସିହାରେ ଭାରତୀୟ କଂଗ୍ରେସ ଯୋଗ ଦେଇଥିଲେ । ଅକ୍ଷୟ ୧୯୮୦ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ଇନ୍ଦିରା କଂଗ୍ରେସର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।

