ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଥଣ୍ଡାର ରାଜୁତି ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୪.୮ ଡିଗ୍ରୀ ଥିବା ରେକଡର଼୍ କରାଯାଇଛି। ଗତ ୧୫ ବର୍ଷ ମଧ୍ୟରେ ଡିସେମ୍ବର ମାସରେ ଦ୍ୱିତୀୟ ଥର ପାଇଁ ତାପମାତ୍ରା ୪.୮ ଡିଗ୍ରୀକୁ ଖସିଛି। ଏହା ପୂର୍ବରୁ ୨୦୧୮ ମସିହା ୩୧ ଡିସେମ୍ବରରେ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଡିସେମ୍ବର ୨୬ରେ ପୁନର୍ବାର ଏହି ରେକର୍ଡକୁ କୋରାପୁଟ ଦୋହରାଇଛି।
ଶୀତ ସହ ପାଣିପାଗ କେନ୍ଦ୍ର ଅନେକ ସ୍ଥାନର ପାଇଁ ଘନ କୁହୁଡ଼ି ସତର୍କ ସୂଚନା ଜାରି କରିଛି। ବିଶେଷକରି ସକାଳ ସମୟରେ କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଆଦିରେ ଘନ କୁହୁଡ଼ି ହେବାର ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ରହିବାକୁ ୟେଲୋ ଆଲର୍ଟ ଜାରି କରିଛି

