ପ୍ରଥମେ ବିମାନ ବାତିଲ୍ ହେଲା, ୪ ଦିନ ଧରି ହଜାର ହଜାର ଯାତ୍ରୀ ନାକେଦମ୍ ହେଲେ । ବିମାନବନ୍ଦରର ସୃଷ୍ଟି ହେଲା ଅସମ୍ଭାଳ ସ୍ଥିତି । ଡିସେମ୍ବର ପ୍ରଥମ ସପ୍ତାହରେ ଯାତ୍ରୀଙ୍କୁ ହଇରାଣ କରିଥିବା ଇଣ୍ଡିଗୋ ଏବେ କରିଛି ବଡ଼ ଘୋଷଣା । ଇଣ୍ଡିଗୋ ହଜାରେରୁ ଅଧିକ ବିମାନ ରଦ୍ଦ କରିବା ପରେ ଯାତ୍ରୀ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ।
ଏହାପରେ DGCA ନେଇଥିଲା କଡ଼ା ପଦକ୍ଷେପ । ଡିସେମ୍ବର ୩, ୪ ଓ ୫ରେ ଇଣ୍ଡିଗୋ ସଂଖ୍ୟାଧିକ ବିମାନ ବାତିଲ୍ କରିଥିଲା । ବିମାନ ବାତିଲ୍ ଦ୍ଵାରା ପ୍ରଭାବିତ ହୋଇଥିବା ଯାତ୍ରୀଙ୍କ ପାଇଁ ଏବେ ବଡ଼ ଘୋଷଣା କରିଛି ଇଣ୍ଡିଗୋ । କମ୍ପାନୀ କହିଛି, ପ୍ରଭାବିତ ଯାତ୍ରୀଙ୍କୁ ସରକାରଙ୍କ ନିୟମ ଅନୁସାରେ ୫ ହଜାରରୁ ନେଇ ୧୦ ହଜାର ଟଙ୍କା କ୍ଷତିପୂରଣ ମିଳିବ ।
ଏଥିସହ ଇଣ୍ଡିଗୋ ଏୟାରଲାଇନ୍ ଅତ୍ୟଧିକ ପ୍ରଭାବିତ ଯାତ୍ରୀଙ୍କୁ ୧୦ ହଜାର ଟଙ୍କାର ଅତିରିକ୍ତ ଟ୍ରାଭେଲ୍ ଭାଉଚର୍ ଦେବ । ହଠାତ୍ ବାତିଲ୍ ହୋଇଥିବା ଯାତ୍ରୀଙ୍କୁ ମିଳିବ ଟ୍ରାଭେଲ ଭାଉଚର । ୧୦ ହଜାର ଟଙ୍କାର ଟ୍ରାଭେଲ୍ ଭାଉଚର ଆଗାମୀ ୧୨ ମାସ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ । ଭାଉଚରକୁ ଭାରତରେ କୌଣସି ବି ଇଣ୍ଡିଗୋ ବିମାନ ବିମାନ ବୁକିଂ ସହ ଅନ୍ତର୍ଜାତୀୟ ବୁକିଂ ପାଇଁ ବ୍ୟବହାର କରାଯାଇ ପାରିବ ।
ଇଣ୍ଡିଗୋ କହିଛି, କୌଣସି ଯାତ୍ରୀଙ୍କ ଯାତ୍ରା ଏକାଧିକ ଥର ପରିବର୍ତ୍ତନ କରାଯାଇଥିବା ଯାତ୍ରୀ ୧୦ ହଜାର ଟଙ୍କାର ଟ୍ରାଭେଲ୍ ଭାଉଚର୍ ପାଇବେ । ଅର୍ଥାତ୍ ଏକାଧିକ ବାର ଉଡ଼ାଣରେ ପରିବର୍ତ୍ତନ ହୋଇଥିବା ଯାତ୍ରୀ, ବିମାନବନ୍ଦରରେ ଘଣ୍ଟା ଘଣ୍ଟା କାଟିଥିବା ଯାତ୍ରୀଙ୍କୁ ମିଳିବ ଅତିରିକ୍ତ ଟ୍ରାଭେଲ୍ ଭାଉଚର ।
