ସଂଚାର ବ୍ୟୁରୋ: କନ୍ଧମାଳରେ କଲବଲ କରୁଛି ଜାଡ଼ । ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି ଜନଜୀବନ । ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୨ ଡ଼ିଗ୍ରୀ ଓ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡ଼ିଗ୍ରୀ ରେକର୍ଡ କରାଯାଇଛି । ପ୍ରବଳ ଜାଡ଼ ଯୋଗୁଁ ସକାଳୁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଥିବା ବେଳେ ସନ୍ଧ୍ୟା ସମୟରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ବାଲିଗୁଡ଼ା ଅଞ୍ଚଳରେ ପ୍ରବଳ ଜାଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ କାଠ ଜାଳି ଲୋକେ ନିଆଁ ପୁଇଁବାକୁ ବାଧ୍ୟ ହେଉଛନ୍ତି । ସେପଟେ ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ । ସେପଟେ ଫୁଲବାଣୀର ସାରତାଗୁଡା ଗ୍ରାମରେ ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି l ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଶୀତର ମଜା ନେଉଛନ୍ତି ।
