ସଂଚାର ବ୍ୟୁରୋ: ଜଳବନ୍ଦୀ ସମସ୍ୟାରୁ ମୁକୁଳିବ ଭୁବନେଶ୍ୱର । ସମାଧାନ ହେବ ଭୁବନେଶ୍ୱରର ଜଳ ବନ୍ଦୀ ସମସ୍ୟା । ୧୧ଟି ପ୍ରାକୃତିକ ଡ୍ରେନରୁ ହଟିବ ଜବରଦଖଲ । ଇସ୍କନ ମନ୍ଦିର ସାମ୍ନାରେ ଆଉ ଜମିବ ନାହିଁ ପାଣି । ଏଥିପାଇଁ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରିଛି ସ୍ବତନ୍ତ୍ର ଖସଡ଼ା। ଇସ୍କନରୁ ବେହେରା ସାହି ପାଖ ଡ୍ରେନ ନିର୍ମାଣ ପାଇଁ ୧୫ କୋଟି ୬୬ ଲକ୍ଷ ୧୪ ହଜାର ୬୬୫ ଟଙ୍କାର ଅର୍ଥ ବ୍ୟୟ ବରାଦ ହୋଇଛି ବୋଲି ବିଧାନସଭାରେ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେହିଭଳି ବମିଖାଲ ଡ୍ରେନ ପାଇଁ ୮ କୋଟ ୪୧ ଲକ୍ଷ ବ୍ୟୟ ବରାଦ ହୋଇଛି । ଏହି ୨ଟି ଡ୍ରେନ ନିର୍ମାଣ ପରେ ଭୁବନେଶ୍ୱରରେ ୩୦ ପ୍ରତିଶତ ଜଳବନ୍ଦୀ ସମସ୍ୟା ଦୂର ହେବ । ଗୃହରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

