ଆଜି ବାରବାଟୀରେ ବିଗ ଫାଇଟ…ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ମାକରମ ବି ତୟାର । ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ। ବଡ଼ ସ୍କୋର ହେବାର ଆଶା କରାଯାଇଛି । ୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ ।
ସୋମବାର ଉଭୟ ଦଳର ଖେଳାଳି କଡ଼ା ସୁରକ୍ଷା ମଧ୍ୟରେ ବାରବାଟୀରେ ପହଂଚିଥିଲେ । ଆଉ ପରେ ୩ଘଣ୍ଟା ଧରି ଅଭ୍ୟାସ କରିଛନ୍ତି । ଭାରତର ବ୍ୟାଟସମ୍ୟାନ ଓ ବୋଲର ଅଭ୍ୟାସ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ଖେଳାଳି ମଧ୍ୟ ପ୍ରାକ୍ଟିସ କରିଛନ୍ତି । ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି, ଆମ ଟିମ ପୁରା ଫିଟ ଅଛି । ଦିନିକିଆ ସିରିଜ ଆମେ ଜିତିଛୁ । ପୁରା ଟିମ୍ ଦମରେ ପଡିଆକୁ ଓହ୍ଲାଇବ । ଟି ଟ୍ଵେ ଣ୍ଟି ସିରିଜର ଆରମ୍ଭରୁ ବିଜୟ ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା ।
ବାରବାଟୀ ଷ୍ଟାଡିୟମକୁ ଯିବା ବେଳେ କଣ ନେବା ମନା । ଜାରି ହେଲା କଟକଣା, ହେଲମେଟ, ଛତା, ପାଣି ବୋତଲ, ଟିଫିନ୍, ମନିପର୍ସ, କଏନ, ସିଗାରେଟ, ଲାଇଟର, ପାୱାର ବ୍ୟାଙ୍କ, ବାହାର ଖାଦ୍ୟ, କ୍ୟାମେରା ଷ୍ଟାଣ୍ଡ, ଫାୟାର ଗନ୍, ବାଣ ନେଇପାରିବେ ନାହିଁ । ଯିଏ ବି ଏ ସବୁ ସାମଗ୍ରୀ ଆଣିବ ତାକୁ ସୁରକ୍ଷା କର୍ମୀ ଷ୍ଟାଡିୟମ ବାହାରେ ରଖିଦେବେ। ସମସ୍ତେ ଏହି ନିୟମକୁ ପାଳନ କରିବା ପାଇଁ ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଇଛି। ଏ ନେଇ ଷ୍ଟାଡିୟମର ପ୍ରବେଶ ଦ୍ଵାରରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ସେପଟେ T20 ମ୍ୟାଚ ପାଇଁ ସୁନ୍ଦର ଆଲୋକ ମାଳାରେ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ ରାସ୍ତା । ସିସିଟିଭି ନଜରରେ ରହିଛି ପୁରା ବାରବାଟୀ ଷ୍ଟାଡିୟମ ଓ ଗ୍ୟାଲେରୀ । ସେପଟେ ବିଦ୍ୟୁତ୍ ବିଭ୍ରାଟ ନେହେବା ପାଇଁ OCA ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ପ୍ରତି ଫ୍ଳଡ ଲାଇଟ ପାଇଁ ରହିଛି ୨ଟି ଡିଜି ବ୍ୟାକ୍ ଅପ୍ ପାଇଁ ରହିଛି ଅତିରିକ୍ତ ୨ଟି ଡିଜି । ଆଠଟି ଫ୍ଳଡ ଲାଇଟ୍ ତଳେ ୧୮ ଟି ଜିନେରେଟର ବ୍ୟବସ୍ଥା ହୋଇଛି । ପ୍ରତି ଡିଜିର କ୍ଷମତାକୁ ବୃଦ୍ଧି କରି ୪୦୦ କେଭି କରାଯାଇଛି । ପ୍ରଥମ ଥର ପାଇଁ ବାରବାଟୀରେ ଫ୍ଳଡ ଲାଇଟ କଣ୍ଟ୍ରୋଲ ରୁମ କରାଯାଇଛି ।

