ଧନୁଯାତ୍ରା ପାଇଲା ନୂଆ କଂସ… ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ନୂଆ କଂସ ମହାରାଜା ହେଲେ ସୁଶୀଲ କୁମାର ମେହେର । କଂସ ଚୟନ ପ୍ରକିୟା ଶେଷ ପରେ ଧନୁଯାତ୍ରା କମିଟି ତରଫରୁ ଫଳାଫଳ ହେଲା ଘୋଷଣା । ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଘୋଷଣା କଲେ ଧନୁଯାତ୍ରା ମହୋତ୍ସବ ସମିତିର ଉପ ସଭାପତି ମହେନ୍ଦ୍ର ମହାପାତ୍ର । ସେହିପରି ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଚରିତ୍ର ପାଇଁ ଚୟନ ହୋଇଛନ୍ତି।
ସୂଚନାନୁଯାୟୀ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ସୋମବାର କଂସ କଳାକାର ଚୟନ ପ୍ରକ୍ରିୟା ରହିଥିଲା ।
୪୪ଜଣ ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରୁ ୩୬ଜଣ କଳାକାର ବେଶଭୂଷା, ପରିପାଟୀ ସହିତ ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ବିଚାରକ ମଣ୍ଡଳୀଙ୍କ ସମ୍ମୁଖରେ ନିଜ ଅଭିନୟ ନିଖୁଣତା ପ୍ରଦର୍ଶନ ସହିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ସେହିପରି ଗତ ୧୫ ତାରିଖ ଦେବକୀ, ନାରଦ, ଚାଣୁର, ମୁଷ୍ଟିକ, ସାର୍ତ୍ତକି, ବସୁଦେବ, ଅକ୍ରୁର ଉଗ୍ରସେନ ଏବଂ ୧୬ ତାରିଖ ମହାମନ୍ତ୍ରୀ ଓ ସେନାପତି ଚରିତ୍ର ପାଇଁ କଳାକାର ଚୟନ ହୋଇଥିଲା ।
ବିଚାରକଭାବେ ବରଗଡ଼ର ମିହିର କୁମାର ମେହେର, କଳାହାଣ୍ଡିର ପରମେଶ୍ଵର ମୁଣ୍ଡ, ସମ୍ବଲପୁରର ପ୍ରଦୀପ କୁମାର ପଣ୍ଡା, ଝାରସୁଗୁଡ଼ାର ସୁବାଷ ପ୍ରଧାନ ଏବଂ ଦେବଗଡ଼ର ସୁଜିତ ପାତ୍ର ଉପସ୍ଥିତ ଥିଲେ । ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ କଳାକାର ଚୟନ ପ୍ରକିୟାର ଫଳାଫଳ ହେଲା ଘୋଷଣା । କଂସ , ମହାମନ୍ତ୍ରୀ, ସେନାପତି, ଦେବକୀ, ନାରଦ,ଅକ୍ରୁର ସହ ଚାନୁର, ମୁଷ୍ଟିକ ସହ ବିଭିନ୍ନ କଳାକାର ଦେଇଥିଲେ ଅଡିସନ୍ । ଆଜି ସମସ୍ତ ପଦବୀ ପାଇଁ ଫଳାଫଳ ଘୋଷଣା ହୋଇଛି ।

