ସଂଚାର ବ୍ୟୁରୋ: ନୂଆପଡା ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି। ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ଏକ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଭରିବେ ସ୍ନେହାଙ୍ଗିନୀ। ଗତକାଲି ନିଜ ସମର୍ଥକଙ୍କ ସହ ଯାଇ ନାମାଙ୍କନ ଭରିଥିଲେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ। ପ୍ରଥମେ କଂଗ୍ରେସ ଦଳର ପ୍ରାର୍ଥୀ ଘାସିରାମ ମାଝି ନିଜ ସମର୍ଥକଙ୍କ ସହ ମିଶି ଏକ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଥିଲେ । ପରେ ବିଜେପି ଦଳର ପ୍ରାର୍ଥୀ ଜୟ ଢୋଲକିଆ ନିଜ ସମର୍ଥକ ସହ ଦଳୀୟ ନେତା ଓ ମନ୍ତ୍ରୀଙ୍କ ସହ ଏକ ଶୋଭାଯାତ୍ରାରେ ଯାଇ ନିଜ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନୂଆପଡା ଉପନିର୍ବାଚନରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ନବୀନ ବନାମ ବାହାର ନେତା । ସ୍ନେହାଙ୍ଗିନୀ ଛୁରିଆ ନୂଆପଡାରେ ସଙ୍ଗଠନ କରିଛନ୍ତି । ନୂଆପଡା ଗଡ ବଜାୟ ରଖିବା ପାଇଁ ନେତାଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି ନବୀନ। ମୋଟ ୫୨ଜଣ ନେତାଙ୍କୁ ଦଳ ଦାୟିତ୍ୱ ଦେବା ପରେ ଗ୍ରାଉଣ୍ଡରେ କାମ ଆରମ୍ଭ କରିଛନ୍ତି ନେତାଏ।

