ସଂଚାର ବ୍ୟୁରୋ: ମହୁମାଛି ଆକ୍ରମଣରେ ୭ ଗୁରୁତର। ଢେଙ୍କାନାଳ ପରଜଙ୍ଗ ଥାନା ବସୁଲେଈ ଗ୍ରାମରେ ମହୁମାଛିଙ୍କ ଅତର୍କିତ ଆକ୍ରମଣରେ ୭ ଜଣ ଗୁରୁତର ହୋଇଛନ୍ତି l ବସୁଲେଈ ଗ୍ରାମ ନିକଟରେ ଯାଇଥିବା ରେଙ୍ଗାଳି ବାମପାର୍ଶ୍ଵ ଶାଖା କେନାଲର ପୂର୍ତ୍ତବିଭାଗ ରାସ୍ତାରେ ଲୋକମାନେ ଯିବାଆସିବା କରୁଥିବା ବେଳେ ହଠାତ ମହୁମାଛି ମାନେ ଅତର୍କିତ ଆକ୍ରମଣ କରିଥିଲେ l ଫଳରେ ସେହି ସମୟରେ ଯାଉଥିବା ଲୋକେ ମହୁମାଛି ମାନେ ଆକ୍ରମଣର ଶିକାର ହୋଇଥିଲେ। ମହୁମାଛିଙ୍କ ଭୟଙ୍କର ଆକ୍ରମଣ ଫଳରେ ଲୋକମାନେ ରାସ୍ତାରେ ନିଜ ବାଇକ ଫିଙ୍ଗି ଦେଇ ଏଣେତେଣେ ଧାଇଁବା ସହ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେl ମହୁମାଛିଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଜଣେ ଛୋଟ ଝିଅ ଭୟରେ ନିକଟରେ ଥିବା କେନାଲକୁ ପଶିଯାଇ ନିଜ ଜୀବନ ବଞ୍ଚାଇଥିଲାl ଏହିପରି ଭାବରେ ବେଶ ସମୟ ଧରି ସେହି ରାସ୍ତାରେ ମହୁମାଛି ମାନେ ଆତଙ୍କ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମାନେ କେନାଲ ଭିତରେ ପଶିଥିବା ଛୋଟ ଝିଅ ସମେତ ଅନ୍ୟ ମାନଙ୍କୁ ଉଦ୍ଧାର କରିଥିଲେ l ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲକୁ ସ୍ଥାନାନ୍ତର କରଯାଇଛିl….
