Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଆମେରିକାରେ ବଡ ଧରଣର ସଙ୍କଟ

Sanchar Live by Sanchar Live
October 1, 2025
in ବିଦେଶ
0
ଆମେରିକାରେ ବଡ ଧରଣର ସଙ୍କଟ
0
SHARES
247
VIEWS
FacebookTwitter

ସଂଚାର ବ୍ୟୁରୋ: ଆମେରିକାରେ ଅଚଳାବସ୍ଥା । ବିଶ୍ବର ସବୁଠାରୁ ବଡ ଅର୍ଥନୀତି କୁହାଯାଉଥିବା ଆମେରିକାର ଆର୍ଥିକ ଅବସ୍ଥା ଠପ୍ ହୋଇଯାଇଛି । ୬ବର୍ଷ ପରେ ଏଭଳି ପରିସ୍ଥିତି ଦେଖାଦେଇଛି । ରିପବ୍ଲିକାନ୍ ପକ୍ଷରୁ ଆଗତ ଫଣ୍ଡିଂ ପ୍ୟାକେଜକୁ ଡେମୋକ୍ରାଟ୍ ପକ୍ଷରୁ ବିରୋଧ କରାଯାଇଥଲା । ଏହାପରେ ଆମେରିକାରେ ବଡ ଧରଣର ସଂକଟ ଦେଖାଦେଇଛି । ହଜାର ହଜାର କର୍ମଚାରୀଙ୍କୁ ଦରମା ମିଳିବା ନେଇ ଆଶଙ୍କା ଦେଖାଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ ହୋଇଛି । ଅତ୍ୟାବଶ୍ୟକ ସେବା କର୍ମଚାରୀମାନଙ୍କୁ ଦରମା ମିଳିବ ନାହିଁ ।

ଏପରିକି ସେନା କର୍ମଚାରୀମାନେ ମଧ୍ୟ ବିନା ଦରମାରେ କାମ କରିବାକୁ ପଡିବ । ୭୫ହଜାର କର୍ମଚାରୀଙ୍କୁ ସାମୟିକ ଛୁଟି ଦିଆଯିବ । ପୂର୍ବରୁ ୨୦୧୮-୧୯ ମସିହାରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ଏଫଆଇବି, ସିଆଇଏ ଏବଂ ଡାକ ପରି ଗୁରୁତ୍ୱପୂର୍ଣ୍ଣ ସେବା ଚାଲୁ ରହିବ । ଗତ ୬ ବର୍ଷରେ ପ୍ରଥମ ଥର ଆମେରିକା ପୁଣି ଥରେ ସଟ୍‌ଡାଉନ ମୁହାଁ ହୋଇଛି । ଆମେରିକା ସଂସଦ ଉପର ଗୃହ ସିନେଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟି ଅସ୍ଥାୟୀ ଫଣ୍ଡିଂ ବିଂଲ ପାସ୍‌ କରିବାରେ ବିଫଳ ହୋଇଛି ।

ପାର୍ଟିକୁ ୬୦ ଭୋଟର ଆବଶ୍ୟକ ଥିଲା ହେଲେ ମାତ୍ର ମିଳିଥିଲା ୫୫ଟି। ତେଣୁ ଏହି ଏବେ ପ୍ରସ୍ତାବ ଗ୍ରହଣ କରାଯାଇନାହିଁ । ଫଣ୍ଡିଂ ସମୟସୀମା ଆଜି ଶେଷ ହେଉଛି । ତେଣୁ ସ୍ପଷ୍ଟ ଯେ ଏହି ସ୍ଥିତି ପାଇଁ ସରକାର ନିଶ୍ଚୟ ଫଣ୍ଡିଂର ବିସ୍ତାର କରିପାରିବ ନାହିଁ ଅର୍ଥାତ କିଛି ଖର୍ଚ୍ଚ କରିପାରିବ ନାହିଁ । ଏହାର ଅର୍ଥ ସଂଘୀୟ ସରକାରର ସବୁ କାର୍ଯ୍ୟ ବନ୍ଦ ହୋଇପାରେ । ଆମେରିକାର ଆଇନ ଅନୁଯାୟୀ, ବଜେଟ୍ କିମ୍ବା ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ ନହେବା ପର୍ଯ୍ୟନ୍ତ “ଅଣ-ଅତ୍ୟାବଶ୍ୟକ” ସରକାରୀ ବିଭାଗ ଏବଂ ସେବାଗୁଡ଼ିକୁ ବନ୍ଦ ରଖିବାକୁ ପଡିବ। ଏହି ପରିସ୍ଥିତିକୁ ସଟ୍‌ଡାଉନ କୁହାଯାଏ ।

ଗତ ଦୁଇ ଦଶକରେ ଏହା ଆମେରିକା ପଞ୍ଚମ ବଡ଼ ସଟ୍‌ଡାଉନ୍‌ ସ୍ଥିତି ହୋଇପାରେ ।ଏହା ପୂର୍ବରୁ ରିବ୍ଲିକାନ ସରକାର ନଭେମ୍ବର ୨୧ ଯାଏ ଏକ ସ୍ୱଳ୍ପ ବଜେଟ୍ ଘୋଷଣା କରି ବିଲ୍ ପାସ୍ କରିଥିଲେ । ଡେମୋକ୍ରାଟିକ ଅନୁସାରେ ଏହା ପର୍ଯ୍ୟାପ୍ତ ନଥିଲା । ସେ ଚାହୁଁଥିଲେ କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀଷ୍ମକାଳୀନ ମେଗା ବିଲ୍ରୁ ମେଡିକେଟ ଛାଡକୁ ଫେରାଇ ନିଅନ୍ତୁ । ସୁଲଭ ସେବା ଆଇନରୁ ପ୍ରମୁଖ ଟିକସ କ୍ରେଡିଟ୍ ବୃଦ୍ଧି କରାଯାଉ । ହେଲେ ରିପ୍ଲିକାନ ଏହି ଦାବିକୁ ଖାରଜ କରିଛି । ୧୦୦ ସଦସ୍ୟ ଥିବା ଗୃହରେ ପ୍ରସ୍ତାବ ସପକ୍ଷରେ ୬୦ ଭୋଟ ନୁହେଁ ୫୫-୪୫ ଅନ୍ତରରେ ରହିଥିଲା ।

୬ ବର୍ଷ ପରେ ଏହା ପ୍ରଥମ ଥର ହେବ, ଯେଉଁଠି ଫଣ୍ଡିଂ କମ ହେବାରୁ ଆମେରିକାରେ ଅନେକ ସେବା ପ୍ରଭାବିତ ହେବ । ଆମେରିକାର ସଂଘୀୟ ସରକାର, ଟ୍ରମ୍ପ ପ୍ରଶାସନ ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଛି । କଂଗ୍ରେସରୁ ଆବଶ୍ୟକୀୟ ଅନୁମୋଦନ ପାଇବାରେ ବିଫଳ ହୋଇଥିବାରୁ ଟ୍ରମ୍ପ ପ୍ରଶାସନର ପାଣ୍ଠିକୁ ବନ୍ଦ କରି ଦିଆଯାଇଛି । ସରକାର ଏହାର ଖର୍ଚ୍ଚ ବିଲ୍ ପାସ୍ କରିବାରେ ବିଫଳ ହୋଇଛି । ଆମେରିକାରେ ସରକାରୀ ସଂସ୍ଥାଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ ହୋଇଯିବ । ଅଣ-ଅତ୍ୟାବଶ୍ୟକୀୟ ଫେଡେରାଲ୍ କର୍ମଚାରୀମାନଙ୍କୁ ବିନା ଦରମାରେ ଛୁଟିରେ ରଖାଯିବ । ସାମରିକ କର୍ମଚାରୀଙ୍କୁ ବିନା ଦରମାରେ କାମ କରିବାକୁ ବାଧ୍ୟ କରାଯିବ।

Tags: americashutdown
ShareTweetShareSend
Sanchar Live

Sanchar Live

Next Post
ଦଶହରା ପୂର୍ବରୁ ଗ୍ରାହକଙ୍କୁ ସିଲିଣ୍ଡର ଝଟକା, ବଢିଲା ସିଲିଣ୍ଡର ଦାମ୍

ଦଶହରା ପୂର୍ବରୁ ଗ୍ରାହକଙ୍କୁ ସିଲିଣ୍ଡର ଝଟକା, ବଢିଲା ସିଲିଣ୍ଡର ଦାମ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.