ସଂଚାର ବ୍ୟୁରୋ: ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ରେଡ । ନାଲକୋରେ ଚାକିରି ଦେବା ନାଁରେ ଏକାଧିକ ଯୁବକଙ୍କ ଠାରୁ ଠକେଇ ନେଇ ସିବିଆଇରେ ଅଭିଯୋଗ ହୋଇଥିଲା । ନାଲକୋର କିଛି କର୍ମଚାରୀଙ୍କୁ ପଚରାଉଚରା କରୁଛି ସିବିଆଇ ଟିମ । ପୂର୍ବରୁ ଚାକିରି ନାଁରେ ଟଙ୍କା ଦେଇଥିବା ସିବିଆଇରେ ଅଭିଯୋଗ ହୋଇଥିଲା । ଠକେଇ ନେଇ ପୂର୍ବରୁ ଅଭିଯୋଗ ପରେ ଜଣଙ୍କୁ ଗିରଫ କରିଥିଲା ବଡଗଡ଼ ଥାନା ପୋଲିସ। ଏ ଦିଗରେ ଛାନବିନ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଥିଲା । ଏ ନେଇ ଖବର ପାଇବା ପରେ ତଦନ୍ତକୁ ବ୍ୟାପକ କରିଛି ସିବିଆଇ । ୨ ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରୁଛି ସିବିଆଇ ଟିମ୍ ।