ସଂଚାର ବ୍ୟୁରୋ: ଜେରା ସମୟରେ ସତ ମାନୁନାହାନ୍ତି ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ। ନିଜ ଅପକର୍ମକୁ ସ୍ବୀକାର କରୁ ନଥିବା ବାବା ଜେରା ବେଳେ ମିଛ କହୁଥିବା ସୂଚନା ମିଳିଛି। ବାବାଙ୍କ ସହ କେତେକ ଏୟାରହଷ୍ଟେସଙ୍କ ଫଟୋ ବାବାଙ୍କ ଫୋନରୁ ମିଳିଥିବାବେଳେ ଅନେକ ମହିଳାଙ୍କୁ ପ୍ରଲୋଭିତ କରୁଥିବାର ଚାଟ୍ ସାମନାକୁ ଆସିଛି। ବାବାଙ୍କ ନାମରେ ଆସିଥିବା ଅଭିଯୋଗର ତଦନ୍ତ ଜାରି ରହିଥିବାବେଳେ ତାଙ୍କର ୨ ମହିଳା ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ। ବାବାଙ୍କ ସହ ସେମାନଙ୍କ ମୁହାଁମୁହିଁ ଜେରା କରାଯାଉଛି। ଏହି ଦୁଇ ମହିଳାଙ୍କୁ ଗତକାଲି ଜେରା କରାଯାଇଥିବାବେଳେ ଆଜି ବି ଜେରା କରାଯାଇଛି। ଦିଲ୍ଲୀସ୍ଥିତ ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ମୁଖ୍ୟ ସ୍ବାମୀ ଚୈତନ୍ୟାନନ୍ଦଙ୍କୁ ଆଗ୍ରାରୁ ଗିରଫ କରିଥିଲା ପୋଲିସ। ସ୍କାଣ୍ଡାଲ ପଦାକୁ ଆସିବା ପରେ ବାବାଙ୍କ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଛି ଶ୍ରୀଙ୍ଗେରୀ ପୀଠ। ପ୍ରତିଷ୍ଠାନରେ ଥିବା ୩୨ ଛାତ୍ରୀଙ୍କ ମଧ୍ୟରୁ ୧୭ ଜଣ ଆଣିଥିଲେ ବାବାଙ୍କ ବିରୋଧରେ ଅଭିଯୋଗ.।