ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର । ମଧ୍ୟରାତ୍ରୀରୁ ଦେଶରେ ଲାଗୁ ହେଲା GSTର ନୂଆ ସ୍ଲାବ । ଜିଏସଟିରୁ ଉଠାଇ ଦିଆଯାଇଛି ୧୨ ଓ ୨୮ ପ୍ରତିଶତ ସ୍ଲାବ୍ । ଲାଗୁ ହୋଇଛି ୫ ଓ ୧୮ ପ୍ରତିଶତ ସ୍ଲାବ୍ । ନୂଆ ଦ୍ରବ୍ୟ ଓ ସେବା କର ଯୋଗୁଁ ଲାଭବାନ ହେବେ ସାଧାରଣ ଲୋକ, ଚାଷୀ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଓ ଯୁବପିଢି । ନୂଆ ଜିଏସଟି ସ୍ଲାବରେ ସ୍ବାସ୍ଥ୍ୟକ୍ଷେତ୍ରରେ ରିହାତି, କୃଷିକୁ ପ୍ରୋତ୍ସାହନ ସହ ମଧ୍ୟବିତ୍ତଙ୍କ କ୍ରୟ ଶକ୍ତି ବୃଦ୍ଧି କରିବ । ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବଡ଼ ପଦକ୍ଷେପ ସହ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମୋଦି ସରକାର ।
ସେପଟେ ନବରାତ୍ରୀରୁ ଦେଶରେ ଲାଗୁ ହୋଇଛି GST 2.0 । ଏହି ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି ଦେଶବାସୀଙ୍କୁ ପାର୍ବଣ ଶୁଭେଚ୍ଛା ଜଣାଇବା ସହ ନେକ୍ସଟ୍-ଜେନେରେସନ ଜିଏସଟିକୁ ନୂତନ ସୂର୍ଯ୍ୟ ଉଦୟ ସହ ତୁଳନା କରିଛନ୍ତି ପିଏମ ମୋଦି । ଦେଶର ଗରିବ, ମଧ୍ୟବିତ୍ତ, ଯୁବକ, ମହିଳା, ଉଦ୍ୟୋଗୀଙ୍କ ସମେତ ଅର୍ଥନୀତିକୁ ବଳଦେବ ନୂଆ ଜିଏସଟି ରିଫର୍ମ । ନେକ୍ସଟ୍-ଜେନ୍ ଜିଏସଟି ଲାଗୁ ହେବା ଦ୍ବାରା ଦେଶକୁ ଜଟିଳ ଟ୍ୟାକ୍ସ ଜାଲରୁ ମୁକ୍ତି ମିଳିବାକୁ ଯାଉଛି । ପୂର୍ବରୁ ଅଲଗା ଅଲଗା ଟ୍ୟାକ୍ସକୁ ନେଇ ଲୋକ ଅସୁବିଧାରେ ପଡୁଥିଲେ । ଟିକସ ପ୍ରକିୟାରେ ହୋଇଛି ସରଳୀକରଣ, ଫଳରେ ନୂଆ ଦ୍ରବ୍ୟ ଓ ସେବା କର ଯୋଗୁଁ ଲାଭବାନ ହେବେ ସାଧାରଣ ଲୋକେ। ଚାଷୀ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଓ ଯୁବପିଢି ହେବେ ଉପକୃତ।
ସେହିପରି ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଆତ୍ମନିର୍ଭରର ରାସ୍ତା ଆପଣାଇବା ଦରକାର ବୋଲି କହିଛନ୍ତି ମୋଦି । ଆତ୍ମନିର୍ଭର ଭାରତ ଲାଗି ଲଘୁ ଓ କୁଟୀର ଉଦ୍ୟୋଗ ଉପରେ ଫୋକସ୍ କରାଯାଇଛି । ଜିଏସଟି ଦର ହ୍ରାସ ପାଇବା ପରେ ନିୟମ ଓ ପ୍ରକ୍ରିୟା ସରଳ ହୋଇଛି । ଲଘୁ ଓ କୁଟୀର ଉଦ୍ୟୋଗକୁ ଅଧିକ ଫାଇଦା ମିଳିବ । ଦୋକାନୀ ଓ ବ୍ୟବସାୟୀ ଭାଇଭଉଣୀ ବହୁତ ଉତ୍ସାହିତ ଅଛନ୍ତି । ଏହା ସହିତ ମେକ୍ ଇନ୍ ଇଣ୍ଡିଆ ସର୍ବପ୍ରଥମ ବୋଲି ମୋଦି କହିଛନ୍ତି । ଆମ ସ୍ବଦେଶୀ ସାମଗ୍ରୀର କ୍ବାଲିଟି ବିଶ୍ବରେ ଭାରତର ପରିଚୟ ବୃଦ୍ଧି କରିବ। ମେଡ ଇନ୍ ଇଣ୍ଡିଆ ସାମଗ୍ରୀ କିଣିବାକୁ ମୋଦି ଅପିଲ୍ କରିବା ସହ ପ୍ରତି ଘରକୁ ସ୍ବଦେଶୀର ପ୍ରତୀକ ବନାଇବାକୁ ଦେଇଛନ୍ତି ଅହ୍ବାନ ।
