ସଂଚାର ବ୍ୟୁରୋ: ରାତି ଅଧରେ ଘରେ ପଶି ବନ୍ଧୁକ ଦେଖାଇ ଲୁଟ୍ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଦେବାନବାହାଳୀ ଗ୍ରାମରେ । ଏହି ଗ୍ରାମର ଚନ୍ଦନ ନାୟକ ଏବଂ ତାଙ୍କ ଭାଇ ରଞ୍ଜନ ନାୟକ ଘରେ ଶୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ୫ ଜଣ ଦୁର୍ବୃତ୍ତ ଛାତ ଉପର ଦେଇ ଘର ଭିତରେ ପଶିଥିଲେ । ଆଉ ଦୁଇ ଦୁଇ ଭାଇଙ୍କୁ କାବୁ କରି ନେବା ସହିତ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଗଡ଼ରେଜ ଖୋଲିବା ସହିତ ଘରେ ଥିବା ନଗଦ ୧୫ ହଜାର ଟଙ୍କା ସହିତ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିଲେ । ଲୁଟିବା ପରେ ୨ ଭାଇଙ୍କୁ ଘର ଭିତରେ ବାହାର ପାଖରୁ କବାଟ କିଳିବା ସହିତ ମୁଖ୍ୟ ଗେଟରେ ତାଲା ମାରି ଫେରାର ହୋଇ ଯାଇଥିଲେ ଲୁଟେରା । ୫ ଜଣ ଦୁର୍ବୃତ୍ତ ୨ ଗୋଟି ବନ୍ଧୁକ ଧରିଥିଲେ । ଏନେଇ ଶରତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।.