ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି । ଉପରାଷ୍ଟ୍ରପତି ନିର୍ବାଚନରେ INDIA ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ହେଲେ ବିଜୟ । ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ଉପ ରାଷ୍ଟ୍ରପତି ନିର୍ବାଚିତ ହେଲେ ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ । INDIA ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ପାଇଲେ ୩୦୦ ପ୍ରଥମ ପସନ୍ଦ ଭୋଟ । ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ୯୮.୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଫଳାଫଳ ଘୋଷଣା କଲେ ରାଜ୍ୟସଭା ମହା ସଚିବ ପି ସି ମୋଦି । ୧୯ ସାଂସଦ କ୍ରସ ଭୋଟିଂ କରିଥିବା ଆଶଙ୍କା କରାଯାଉଛି ।
ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍। ସିପି. ରାଧାକ୍ରିଷ୍ଣନ ନାମରେ ଜଣାଶୁଣା । ଅଭିଜ୍ଞ ରାଜନେତା, ପ୍ରଶାସକ ଓ ଆରଏସଏସର କର୍ମକର୍ତ୍ତା। ୧୯୫୭ ମସିହା ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମ। ଥୁଥୁକୁଡିରେ ଭିଓ.ଚିଦମ୍ବରମ କଲେଜରେ ଉଚ୍ଚଶିକ୍ଷା ସହ ବିବିଏ ଡିଗ୍ରୀ ହାସଲ । କଲେଜରେ ଟେବୁଲ ଟେନିସରେ ଚାମ୍ପିଅନ ହେବା ସହ ଆଥଲେଟ, କ୍ରିକେଟ ଓ ଭଲିବଲରେ ନିଜର ପାରିଦର୍ଶିତା ଦେଖାଇଥିଲେ ସିପି. ରାଧାକ୍ରିଷ୍ଣନ । ୧୯୭୪ରେ ୧୬ ବର୍ଷ ବୟସରେ ରାଧାକ୍ରିଷ୍ଣନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଭାରତୀୟ ଜନସଂଘରୁ ଆରମ୍ଭ କରିଥିଲେ ରାଜନୈତିକ ଯାତ୍ରା।
ଆରଏସଏସରେ ସ୍ୱୟଂସେବକ ଭାବେ ଯୋଗଦେଇ ଭାରତୀୟ ଜନସଂଘ, ବିଜେପିର ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ହୋଇଥିଲେ। ୧୯୭୭ରେ ଜନସଂଘ ଜନତା