Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଏମିତି କହିଲେ ଗଜପତି

Sanchar Live by Sanchar Live
September 6, 2025
in ଓଡିଶା
0
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଏମିତି କହିଲେ ଗଜପତି
0
SHARES
27
VIEWS
FacebookTwitter

ସଂଚାର ବ୍ୟୁରୋ: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରେସମିଟ୍‌ । ଅଦିନିଆ ରଥଯାତ୍ରାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗଜପତି ମହାରାଜ। ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଛନ୍ତି, ଭାରତ ବାହାରେ ବିଶ୍ବରେ ଏକାଧିକ ସ୍ଥାନରେ ରଥଯାତ୍ରା ଆୟୋଜିତ ହେଉଛି । ଚଳିତବର୍ଷ ଏପର୍ଯ୍ୟନ୍ତ ୬୮ଟି ସ୍ଥାନରେ ଅଦିନିଆ ରଥଯାତ୍ରା ପାଳନ ସରିଛି । ଇସ୍କନ ପାଖକୁ ପ୍ରାୟ ୧୦୦ ପୃଷ୍ଠାର ଦସ୍ତାବିଜ ପଠାଯାଇଛି । ପ୍ରାୟ ୫୦ ବର୍ଷ ହେଲା ବଡ଼ ଭୁଲ ହୋଇ ସାରିଛି । ଏପରି ନ କରିବା ପାଇଁ ଇସ୍କନ ସହ ବାରମ୍ବାର କଥାବାର୍ତ୍ତା କରିଛୁ । ବର୍ତ୍ତମାନ ସେମାନେ ଭାରତ ଭିତରେ ପରମ୍ପରା ମାନୁଛନ୍ତି । ମାତ୍ର ବିଦେଶରେ ସେମାନେ ପରମ୍ପରା ମାନୁ ନାହାନ୍ତି ବୋଲି ଗଜପତି ମହାରାଜ କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, କେବଳ ରଥଯାତ୍ରା ନୁହେଁ, ସ୍ନାନଯାତ୍ରାରେ ମଧ୍ୟ ବ୍ୟତିକ୍ରମ କରୁଛନ୍ତି । ଭାରତ ଭିତରେ ସ୍ନାନଯାତ୍ରାରେ ମଧ୍ୟ ବ୍ୟତିକ୍ରମ କରୁଛନ୍ତି । ଆଜି ମାୟାପୁରୀକୁ ଏନେଇ ବିସ୍ତୃତ ଭାବେ ଜଣାଇ ଦିଆଯାଇଛି । ମାୟାପୁରୀରୁ ଏନେଇ କ’ଣ ଜବାବ ଆସୁଛି ଅପେକ୍ଷା ରହିଛି । ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ପାଳନ ପାଇଁ ମହାପ୍ରଭୁ ନିଜେ କହିଛନ୍ତି । ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା ପାଇଁ ମହାପ୍ରଭୁ ନିଜେ କହିଛନ୍ତି । ଚତୁର୍ଦ୍ଧା ମୁରତି ଚଳନ୍ତି ପ୍ରତିମା ନୁହଁନ୍ତି, ମଦନମୋହନ ହେଉଛନ୍ତି ଚଳନ୍ତି ପ୍ରତିମା । ଚତୁର୍ଦ୍ଧା ମୁରତି ଚଳନ୍ତି ପ୍ରତିମା ବୋଲି ଯେଉଁମାନେ ଭାବୁଛନ୍ତି, ଠିକ୍‌ ନୁହେଁ । କୌଣସି ପରିସ୍ଥିତିରେ ତିଥିକୁ ପରିବର୍ତ୍ତନ କରିପାରିବେ ନାହିଁ । ଜନ୍ମାଷ୍ଟମୀ କ’ଣ ମନ ଇଛା କରିପାରିବେ କି ବୋଲି ପଚାରିଲେ ଗଜପତି ମହାରାଜ ।

ସେହିପରି ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ପରମ୍ପରା ଭଙ୍ଗ କରି ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା କରାଯାଉଛି। ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ନୁହେଁ। ଏନେଇ ଇସ୍କନ ମାୟାପୁରୀର ଶାସ୍ତ୍ର ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି । କେବଳ ଧାର୍ଯ୍ୟ ତିଥି ଅନୁସାରେ ସବୁ କିଛି ହେବା କଥା ସହମତି ହୋଇଛି । ଏହା ମଧ୍ୟ ଗତ ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି । ଏସମ୍ପର୍କିତ ନିଷ୍ପତ୍ତି ଇସ୍କନ କର୍ତ୍ତୃପକ୍ଷଙ୍କ ନିକଟକୁ ଇ-ମେଲ୍‌/କୋରିଅରରେ ଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Tags: iskonpuriratha jatra
ShareTweetShareSend
Sanchar Live

Sanchar Live

Next Post
ଆସନ୍ତାକାଲି ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କଣ ରହିଛି ବାରଣ

ଆସନ୍ତାକାଲି ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କଣ ରହିଛି ବାରଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.