ସଂଚାର ବ୍ୟୁରୋ: ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ବର ପୀଠରେ ସ୍ପର୍ଶ ଦର୍ଶନ ବନ୍ଦ। ଲଗାଣ ବର୍ଷା ପ୍ରଭାବରେ ଦେବଗିରି ପାହାଡରୁ ଝରି ଆସୁଥିବା ଝରଣାର ସ୍ରୋତ ପ୍ରଖର ହୋଇଛି। ଯାହା ଫଳରେ ପଥର ଖୋଲରେ ଥିବା ବାବାଙ୍କର ପାଞ୍ଚୋଟି ଲିଙ୍ଗ ଉପରେ ପ୍ରାୟ ୪-୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି। ପର୍ଯ୍ଯଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖାଯାଇ ପୀଠରେ ସ୍ପର୍ଶ ଦର୍ଶନ ବନ୍ଦ କରାଯାଇଛି। ବାବାଙ୍କ ପାଞ୍ଚୋଟି ଲିଙ୍ଗ ଉପରେ ୫ ଫୁଟରୁ ଅଧିକ ଉଚ୍ଚର ପାଣି ଚାଲିଥିବା ବେଳେ ସ୍ପର୍ଶ ଦର୍ଶନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ପାଣି କମିଲେ ପର୍ଯ୍ଯଟକଙ୍କୁ ପୁଣି ଥରେ ସ୍ପର୍ଶ ଦର୍ଶନ କରାଯିବ ।ତେବେ ଦୂରଦୂରାନ୍ତରୁ ବାବା ଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଭକ୍ତ ନିରାଶ ହୋଇ ଫେରିଛନ୍ତି।