ସଂଚାର ବ୍ୟୁରୋ: ଚୋରା ଦେଶୀ ମଦ କାରବାର ଅଭିଯୋଗରେ ଭୁବନେଶ୍ଵର ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍। ୮ ହଜାର ଲିଟର ପୋଚ ଜବତ କରାଯାଇଥିବା ବେଳେ ୨ ହଜାର ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ମଦ କାରବାର କରାଯାଉଥିବା ସ୍ଥାନରେ ବୁଲଡୋଜର ଚଳାଇଛି ଅବକାରୀ ବିଭାଗ ଓ ଇଡକୋର ମିଳିତ ଟିମ୍।
ମଦ ବେପାର କରୁଥିବା ମାଫିଆର ଘର ଉପରେ ବୁଲଡୋଜର ଚଲାଯାଇଛି। କିଛି ଦିନ ଆଗରୁ ମଧ୍ୟ ଏଠାରୁ ହଜାର ହଜାର ଦେଶୀ ମଦ , ପୋଚ ଜବତ କରିଥିଲା ଅବକାରୀ ବିଭାଗ। ଏହା ପରେ ଆଜି କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯାଇଛି। ଚୋରା ଦେଶୀ ମଦ ବେପାର କଲେ ଛଡ଼ାଯିବ ନାହିଁ ବୋଲି ଏକ ପ୍ରକାର ସଂକେତ ଦେଇଛି ଦିଆଯାଇଛି।