ସଂଚାର ବ୍ୟୁରୋ: ପୂର୍ବତନ କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କୁ ED ନୋଟିସ୍ । ବେଟିଂ ଆପ୍ ମାମଲାରେ ରାଇନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ କରିଛି । ଆଜି ତାଙ୍କୁ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ପାଇଁ ନୋଟିସ ଜାରି କରାଯାଇଛି । କେନ୍ଦ୍ର ତଦନ୍ତକାରୀ ସଂସ୍ଥା ବେଟିଂ ଆପ୍ 1xBet ମାମଲାରେ ତାଙ୍କର ବୟାନ ରେକର୍ଡ କରିବ। ବେଆଇନ ବେଟିଂ ଆପ୍ ସହ ତାଙ୍କର ସମ୍ପୃକ୍ତି ଅଭିଯୋଗରେ ED ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଛି । ବେଆଇନ 1X ବେଟିଂ ଆପ୍ ର ବ୍ରାଣ୍ଡ୍ ଆମ୍ବାସାଡାର୍ ଅଛନ୍ତି ରାଇନା ।
ସେପଟେ ଚର୍ଚ୍ଚିତ ଖେଳାଳି ରାଇନାଙ୍କ ବିରୋଧରେ ଏପରି ନୋଟିସକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟ ପ୍ରେମୀ । ରାଇନାଙ୍କ ସମେତ ଅନେକ ଚର୍ଚ୍ଚିତ ଅଭିନେତା ଓ ଷ୍ଟାର୍ ଖେଳାଳି ମଧ୍ୟ ଏହି ବେଟିଂ ଆପ୍ ମାମଲା ଜଡ଼ିତ ଥିବା ED ଜାଣିବାକୁ ପାଇଛି ।
ଇଡି ଗତ କିଛି ଦିନରୁ ଅବୈଧ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ବିରୁଦ୍ଧରେ ତଦନ୍ତକୁ ଜୋରଦାର କରିଛି ଏବଂ ଏପରି ବେଟିଂ ପ୍ଲାଟଫର୍ମର ଫିଲ୍ମ ସେଲିବ୍ରିଟି ଓ କ୍ରିକେଟରଙ୍କ ଦ୍ୱାରା କରାଯାଉ ଥିବା ବିଜ୍ଞାପନ ଉପରେ ଧ୍ୟାନ କେନ୍ଦ୍ରିକ କରୁଛି। ନିଷିଦ୍ଧ ବେଟିଂ ପ୍ଲାଟଫର୍ମ 1xBet, FairPlay, Parimatch ଏବଂ Lotus365 ପାଇଁ ବିଜ୍ଞାପନ ସମ୍ପର୍କରେ ଚାଲିଥିବା ତଦନ୍ତର ଏକ ଏକ ଅଂଶ ଭାବରେ, ଇଡି ପୂର୍ବରୁ ପୂର୍ବତନ କ୍ରିକେଟର ହରଭଜନ ସିଂହ ଏବଂ ଯୁବରାଜ ସିଂହଙ୍କ ସହିତ ଅଭିନେତା ସୋନୁ ସୁଦ ଏବଂ ଉର୍ବଶୀ ରୌତେଲାଙ୍କୁ ପଚରାଉଚରା କରି ସାରିଛି ।