ସଂଚାର ବ୍ୟୁରୋ: ଗ୍ୟାସ ଟାଙ୍ଗି ଫାଟି ୩ ଗୁରୁତର। ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଏକ ଘରେ ଘଟିଛି ଅଘଟଣ।ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜୋରରେ ଆବାଜ ଶୁଭିଥିଲା ।ପଡୋଶୀ ଲୋକେ ଆବାଜ ଶୁଣି ଉଠି ଆସି ଦେଖିଲା ବେଳକୁ ପଡିଶା ଘର ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲୋ। ସଙ୍ଗେ ସଙ୍ଗେ ପଡୋଶୀ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରି ଅଗ୍ନିଶମବାହିନୀ ଓ ପୋଲିସକୁ ଖବର ଦେଇଥିଲୋ। ଖବର ପାଇ ଘଟଣାସ୍ଥଳରେ ଅନୁଗୋଳ ଅଗ୍ନିସମ ବିଭାଗ ଓ ପରେ ନାଲକୋ ସିପିପି ଅଗ୍ନିସମ ବିଭାଗ ପହଁଚି ନିଆଁକୁ ଆୟତ କରିବା ସହ ଘରେ ଭିତରେ ଥିବା ୩ ଜଣଙ୍କୁ ଉଦ୍ଧାର କରି ନାଲକୋ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଘଟଣାସ୍ଥଳରେ ନାଲକୋ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

