ସଂଚାର ବ୍ୟୁରୋ: ଆଜି ଉଦଘାଟିତ ହେବ ସେଣ୍ଟ୍ରାଲ ଭିଷ୍ଟାର ନୂତନ ବିଲ୍ଡିଂ କର୍ତ୍ତବ୍ୟ ଭବନ । ଦିଲ୍ଲୀର କର୍ତ୍ତବ୍ୟ ପଥସ୍ଥିତ କର୍ତ୍ତବ୍ୟ ଭବନ ପରିଦର୍ଶନ କରି ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହା ସେଣ୍ଟ୍ରାଲ ଭିଷ୍ଟାର ବ୍ୟାପକ ରୂପାନ୍ତରଣର ଏକ ଅଂଶ । ଏହା ଅନେକ ଆଗାମୀ ସାଧାରଣ କେନ୍ଦ୍ରୀୟ ସଚିବାଳୟ କୋଠା ମଧ୍ୟରୁ ପ୍ରଥମ ଯାହା ପ୍ରଶାସନିକ ପ୍ରକ୍ରିୟାକୁ ସୁଗମ କରିବ । ଏହି ପ୍ରକଳ୍ପ ସରକାରଙ୍କ ବ୍ୟାପକ ପ୍ରଶାସନିକ କାର୍ଯ୍ୟ ସହ ମନ୍ତ୍ରଣାଳୟଗୁଡ଼ିକୁ ଏକାଠି କରି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ ।
ଅନେକ ପ୍ରମୁଖ ମନ୍ତ୍ରଣାଳୟ ୧୯୫୦ ଏବଂ ୧୯୭୦ ଦଶକ ମଧ୍ୟରେ ନିର୍ମିତ ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଏବଂ ନିର୍ମାଣ ଭବନ ଭଳି ପୁରୁଣା କୋଠାରୁ କାର୍ଯ୍ୟ କରୁଛି । ଏବେ ଏହି ନୂତନ କୋଠାରୁ ତାହା କାର୍ଯ୍ୟ କରିବ । ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ଏକତ୍ର କରି ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ବିସ୍ତାରିତ ଏକ ଅତ୍ୟାଧୁନିକ କାର୍ଯ୍ୟାଳୟ କମ୍ପ୍ଲେକ୍ସ ହେବ ।