ସଂଚାର ବ୍ୟୁରୋ: ସମଲେଶ୍ୱରୀ ମନ୍ଦିରକୁ ଆସିଥିବା ପର୍ଯ୍ୟଟକଙ୍କ ଠାରୁ ଲୁଟ ଉଦ୍ୟମ l ଆଜି ବାଲେଶ୍ୱରରୁ କିଛି ଯୁବକ ମା’ ସମଲେଶ୍ୱରୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ଏହି ସମୟରେ ସମ୍ବଲପୁରର ଦୁଇ ଜଣ ଯୁବକ ତାଙ୍କୁ ଟଙ୍କା ଓ ମୋବାଇଲ ମାଗିଥିଲେ l ପର୍ଯ୍ୟଟକମାନେ ମନା କରିବାରୁ ତାଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ l ସ୍ଥାନୀୟ ପୂଜକମାନେ ତୁରନ୍ତ ଏନେଇ କ୍ଷେତରାଜପୁର ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୁଇ ଯୁବକଙ୍କୁ ଧରିଥିଲେ l ଦୁଇ ଯୁବକଙ୍କ ଠାରୁ ଦୁଇଟି ବାଇକ ମଧ୍ୟ ପୋଲିସ ଜବତ କରି ଥାନାକୁ ନେଇଛି l ବର୍ତ୍ତମାନ ଉକ୍ତ ଯୁବକ ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ l ପର୍ଯ୍ୟଟକ ମାନଙ୍କୁ ସମଲେଶ୍ୱରୀ ମନ୍ଦିରରେ ଏଭଳି ଲୁଟ ଉଦ୍ୟମ ଘଟଣାକୁ ନିନ୍ଦା କରାଯାଇଛି l