ବ୍ରିଟେନରୁ ମାଲଦ୍ବିପ ଅଭିମୁଖେ ପିଏମ ମୋଦି । ମାଲଦ୍ବୀପର ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ରୂପେ କରିବେ ଯୋଗଦାନ । ଭାରତ ଓ ବ୍ରିଟେନ୍ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ପରେ ଗତକାଲି ମାଲଦ୍ବିପ ଅଭିମୁଖେ ବାହାରିଛନ୍ତି ପିଏମ ମୋଦି ।୨୫.୫ ବିଲିଅନ ପାଉଣ୍ଡକୁ ବୃଦ୍ଧି ପାଇବ ଭାରତ ଓ ବ୍ରିଟେନ୍ ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ କାରବାର । ଭାରତୀୟ କପଡ଼ା ଓ ସି-ଫୁଡକୁ ବ୍ରିଟେନ ମାର୍କେଟରେ ମିଳିବ ଗୁରୁତ୍ବ । ୟୁକେର ସାମଗ୍ରୀ ଭାରତରେ ବି ଶସ୍ତାରେ ହେବ ଉପଲବ୍ଧ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦେଶରେ ବଢିବ ନିବେଶ ଓ ରୋଜଗାରର ସୁଯୋଗ । ପ୍ରିନ୍ସ ଚାର୍ଲ୍ସଙ୍କୁ ଭେଟି `ମା ପାଇଁ ଗଛ ଟିଏ’ରେ ଗୋଟିଏ ବୃକ୍ଷ ଭେଟିଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।