ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରେ ବିସ୍ଫୋରଣ ଘଟଣା । କେମିକାଲ ରିଆକ୍ଟର ଫାଟି ଚାରି ଓଡିଆଙ୍କ ମୃତ୍ୟୁ ହୋଇଛି । ୪ ମୃତକ ହେଲେ ଗଞ୍ଜାମ, କଟକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର । ଦୁର୍ଘଟଣାରେ କଟକ ତିଗିରିଆର ଲଗ୍ନଜିତ ଦୁଆରୀଙ୍କ ମୃତ୍ୟୁ ହୋଇଛି।ସେଭଳି ଗଞ୍ଜାମର ଜଗନ ମୋହନ, ବାଲେଶ୍ବରର ମନୋଜ ରାଉତ, ଯାଜପୁର ଦୋଳଗୋବିନ୍ଦ ସାହୁଙ୍କ ମୃତ୍ୟୁ ହୋଇଛି। ରୋଜଗାରିଆ ପୁଅକୁ ହରାଇ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ପରିବାର ଲୋକ।
ରାସାୟନିକ କାରଖାନାରେ ବିସ୍ଫୋରଣରେ ଏଯାବତ ୪୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୋମବାର ପସାମୋଲାରମ ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କାରଖାନା ସିଗାଚି ଇଣ୍ଡଷ୍ଟ୍ରିଜରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କିଛି ଶ୍ରମିକ ମୃତ ଦେହ ୧୦୦ ମିଟର ଦୂର ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲା ।

