ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ପାକିସ୍ତାନକୁ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ଦିଲ୍ଲୀସ୍ଥିତ ନୌସେନା ମୁଖ୍ୟାଳୟର ଜଣେ କର୍ମଚାରୀ। ରାଜସ୍ଥାନ ପୋଲିସର ଗୁଇନ୍ଦା ବିଭାଗ ଏହି କର୍ମଚାରୀଙ୍କୁ ଗିରଫ କରିଛି। ଅଫିସିଆଲ ସିକ୍ରେଟ ଆକ୍ଟ ଅନୁସାରେ ଅପର ଡିଭିଜନ କ୍ଳର୍କ ବା ୟୁ଼ଡିସି ଥିବା ବିଶାଲ ଯାଦବଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ଘର ହରିୟାଣା ରେବାରୀ ଅନ୍ତର୍ଗତ ପୁନସିକାରେ। ରାଜସ୍ଥାନ ସିଆଇଡି ଇଣ୍ଟେଲିଜେନ୍ସ ଜରିଆରେ ତାଙ୍କ ଉପରେ କିଛିଦିନ ଧରି ନଜରରେ ରଖାଯାଇଥିଲା। ଆଇଜି ପୋଲିସ ସିଆଇଡି ସିକ୍ୟୁରିଟି ବିଷ୍ଣୁକାନ୍ତ ଗୁପ୍ତା କହିଛନ୍ତି- ବିଶାଲ ଡକୟାର୍ଡ ନିର୍ଦ୍ଦେଶାଳୟରେ କାମ କରିବା ସମୟରେ ସେ ପାକିସ୍ତାନର ଜଣେ ମହିଳାଙ୍କ ସହ ସୋସିଆଲ ମିଡିଆରେ ଯୋଗସୂତ୍ରରେ ଥାଇ ଗୁପ୍ତ ଖବର ଦେଉଥିଲେ। ନୌସେନାର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବିନିମୟରେ ସେ ମହିଳାଙ୍କଠାରୁ ଅର୍ଥ ପାଉଥିଲେ। ତଦନ୍ତ ଅନୁସାରେ ଅନଲାଇନ ଗେମରେ ବିଶାଲ ଲିପ୍ତ ଥିଲେ ଏବଂ ଆର୍ଥିକ ଅଭାବ ମେଣ୍ଟାଇବା ଲାଗି ସେ ତଥ୍ୟ ଲିକ କରିବାରେ ଲାଗିଥିଲେ। ବିଶାଲଙ୍କ କ୍ରିପ୍ଟୋକରେନ୍ସ ୱାଲେଟ ଜରିଆରେ ସେ ଅର୍ଥ ଲାଭ କରୁଥିଲେ।