ସଂଚାର ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ ।ସିଂହଦ୍ୱାର ଥାନା କୁ ଆଣି ପଚରାଉଚୁରା କରୁଛି ପୋଲିସ୍ । ଜଣେ ଅଣଓଡ଼ିଆ ଭକ୍ତ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେଇ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ଭିତରେ ଫୋଟୋ ଉଠାଇବାକୁ ଉଦ୍ୟମ କରିବାବେଳେ ଧରା ପଡ଼ିବାରୁ ପୋଲିସ ଓ ଜେଟିପି ସହ ପାଟି ତୁଣ୍ଡ କରିଥିଲେ । ଏପରିକି ପୋଲିସ କୁ ମୋବାଇଲ୍ ହ୍ୟାଣ୍ଡ ଓଭର କରିନଥିଲେ । ଥାନା କୁ ଆସିବା ପରେ ପୁଣି ଶ୍ରୀମନ୍ଦିରକୁ ମୋବାଇଲ୍ ନେଇ ଯିବେ ବୋଲି ଖଲାଖୋଲି ପୋଲିସ ଆଗରେ କହିଥିଲେ । ପୋଲିସ ତାକୁ ସିଂହଦ୍ୱାର ଆଣି ପଚରାଉଚରା କରିଛି । ତେବେ ଯାଞ୍ଚ କରିବା ପାଇଁ ସିଂହଦ୍ୱାର ଥାନାରେ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ନଥିବା ବେଳେ ଜଣେ ମହିଳା ଷ୍ଟାଫ ହିଁ ଉପସ୍ଥିତ ଥିଲେ ।