ସଂଚାର ବ୍ୟୁରୋ: ଆସୁଛି ପାର୍ବଣ ଋତୁ। ବିରାଜିବେ ଜଗତଜନନୀ ମା’ ଦୁର୍ଗା। ଧରାପୃଷ୍ଠରେ ମାଆଙ୍କ ଆଗମନ ନେଇ ଉତ୍ସାହିତ ଭକ୍ତ। ଜଗତଜନନୀ ଅଭୟଦାୟିନୀ ମାଆ ଦୁର୍ଗାଙ୍କ ପୂଜା ପାଇଁ ପ୍ରସ୍ତୁତି ମଧ୍ଯ ଆରମ୍ଭ ହେବାରେ ଲାଗିଲାଣି। ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ ହୋଇଛି। ମାଟି ଅନୁକୂଳ ପାଇଁ ନଦୀ ପଠାରେ ଭିଡ ଜମିଛି। ବାଦ୍ଯ ସହ ମନ୍ତ୍ର ଧ୍ବନିରେ କମ୍ପୁଛି ନବୀପଠା। ଶାରଦୀୟ ଦୁର୍ବାପୂଜାର ଆଦ୍ଯ ପର୍ବ ହେଉଛି ମାଟି ଉଠା। ରୀତି ନୀତି ପରମ୍ପରା ଅନୁଯାୟୀ ମାଟି ଅନୁକୂଳ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ମାଟି ଅନୁକୂଳରେ ସାମିଲ ହୋଇଥିଲେ। କୁଆ ଖାଇ ନଦୀ ପଠାରେ ମାଟି ଉଠା ପୂଜା। ବିଭିନ୍ନ ପୂଜା କମିଟିର ସଦସ୍ୟ ମାନେ କୁଆଖାଇ ନଦୀ କୂଳରେ ପହଞ୍ଚିଛନ୍ତି। ପାରମ୍ପରିକ ବାଦ୍ୟ ସହ ମନ୍ତ୍ର ଧ୍ଵନୀରେ କମ୍ପୁଛି ନଦୀ ପଠା। ପୂଜା ପାଠ ସହ ଜନ୍ମାଷ୍ଟମୀ ତିଥିରେ ମୃତ୍ତିକା ଅନୁକୂଳ କରିବେ ପୂଜା କମିଟି ମାନେ। ନୟାପଲ୍ଲୀ, ସହିଦ ନଗର, ଚନ୍ଦ୍ରଶେଖର ପୁର ଭଳି ପୂଜା କମିଟି ମାନେ ନଦୀ ପଠାରେ ପହଂଚିଛନ୍ତି।