ସଂଚାର ବ୍ୟୁରୋ: ରଜ ପୂର୍ବରୁ ନିସ୍ତାର ନାହିଁ । ଉଠିବ ପାରଦ, କଲବଲ କରିବ ତାତି । ବଦଳୁଛି ପାଗ, ଦିନରେ ପ୍ରବଳ ଗରମ, ଅପରାହ୍ନରେ ଅଚାନକ ବର୍ଷା । ରାତିରେ ଅସହ୍ୟ ହେଉଛି ଗୁଳିଗୁଳି । ଆଗୁଆ ମୌସୁମୀ ଆସିଥିଲେ ବି ତାତିରୁ ଏଯାଏଁ ନିସ୍ତାର ମିଳିନି ବରଂ ଆହୁରି ସପ୍ତାହେରୁ ଅଧିକ ସମୟ ଏଭଳି ନାକେଦମ ହେବେ ରାଜ୍ୟବାସୀ । କାରଣ ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିପାରେ ତାପମାତ୍ରା । ଓଡ଼ିଶା ଓ ସଂଲଗ୍ନ ରାଜ୍ୟ ସହିତ ସମସ୍ତ କେନ୍ଦ୍ରୀୟ ଓ ଉତ୍ତର ଭାରତରେ ଏଭଳି ସ୍ଥିତି ରହିବ । ୭ ଜୁନ୍ରୁ ୧୦ ଜୁନ୍ ମଧ୍ୟରେ ୪ ଡିଗ୍ରିରୁ ଅଧିକ ତାପମାତ୍ରା ବଢ଼ିବ । ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ୪୨ ଡିଗ୍ରି ଡେଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି ।