ମଧ୍ୟପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ସିମେଣ୍ଟ ବୋଝେଇ ଟ୍ରକ୍ ମାରୁତୀ ଇକୋ ଭ୍ୟାନ ଉପରେ ଓଲଟି ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ଭ୍ୟାନରେ ୧୧ଜଣ ଯାତ୍ରୀ ଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ୯ଜଣଙ୍କର ପ୍ରାଣହାନୀ ଘଟିଛି । ବିଳମ୍ବିତ ରାତିରେ ଏପରି ଅଘଟଣ ହୋଇଥିବା ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, ରାଜସ୍ଥାନରୁ ସିମେଣ୍ଟ ବୋଝେଇ ଟ୍ରକଟି ମେଘନଗର ସଞ୍ଜେଲି ରେଲୱେ କ୍ରସିଂ ନିକଟରେ ଭାରସାମ୍ୟ ହରାଇଥିଲା । ଫଳରେ ବିବାହ ଉତ୍ସବରୁ ଫେରୁଥିବାବେଳେ ଟ୍ରକଟି ଭ୍ୟାନ ଉପରେ ଓଳଟି ପଡିଥିଲା । ପୀଡିତମାନେ ଗୋଟିଏ ପରିବାରର ଥିଲେ । ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଥିଲେ । ଏପରି ଦୁର୍ଘଟଣା ବୁଧବାର ବିଳମ୍ବିତ ରାତି ପ୍ରାୟ ୨.୩୦ରେ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ପୋଲିସ ।