ସଂଚାର ବ୍ୟୁରୋ: ପୁଣି ବଢ଼ିଲା ଆପର ଦୁଇ ପୂର୍ବତନ ମନ୍ତ୍ରୀଙ୍କ ଅଡୁଆ। ୨୦୦୦ କୋଟି ଟଙ୍କା କ୍ଲାସରୁମ ନିର୍ମାଣ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ସମନ ଜାରି କରିଛି ଦୁର୍ନୀତି ନିବାରଣ ବ୍ୟୁରୋ। ସତ୍ୟେନ୍ଦ୍ର ଜୈନଙ୍କୁ ଆସନ୍ତା ୬ରେ ଓ ସିସୋଦିଆଙ୍କୁ ଆସନ୍ତା ୯ରେ ଏସିବି କାର୍ଯ୍ଯାଳୟରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତ ଏପ୍ରିଲ ୩୦ ତାରିଖରେ ଦୁଇ ନେତାଙ୍କ ବିରୋଧରେ ଏସିବି ପକ୍ଷରୁ ଏକ ଏଫଆଇଆର ଦାୟର କରାଯାଇଥିଲା। ଆପ୍ ସରକାର ସମୟରେ ଦିଲ୍ଲୀରେ ୧୨ ହଜାର ୭୪୮ଟି କ୍ଳାସରୁମ ଓ ବିଲଡିଂ ନିର୍ମାଣ କାଯାଇଥିଲା। ଏହି ନିର୍ମାଣରେ ଆବଶ୍ୟକତାଠାରୁ ଅଧିକ ବ୍ୟୟ କରାଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ସିସୋଦିଆ ଶିକ୍ଷାମନ୍ତ୍ରୀ ଥିବାବେଳେ ସତ୍ଯେନ୍ଦ୍ର ଥିଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ। ଏସିବି କହିଛି- ସେତେବେଳେ ବର୍ଗଫୁଟ ପିଛା ୧୫୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ କ୍ଲାସରୁମ ନିର୍ମାଣ ବାବଦରେ ବର୍ଗଫୁଟ ପିଛା ଖର୍ଚ୍ଚ କରାଯାଇଥିଲା ୮ ହଜାର ୮୦୦ ଟଙ୍କା। ଏପରିକି କ୍ଲାସରୁମ ପିଛା ୫ ଲକ୍ଷ ଟଙ୍କା ବଦଳରେ ୨୪ ଲକ୍ଷ ୮୬ ହଜାର ଲେଖାଏ ଟଙ୍କା ଖର୍ଚ୍ଚ ହୋଇଥିଲା।