Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଉ ସହି ହେଉନି ଗରମ, କୁଆଡେ ଗଲା ବର୍ଷା?

Sanchar Live by Sanchar Live
June 3, 2025
in ଓଡିଶା
0
ଜଳୁଛି ରାଜଧାନୀ, ଦିନ ୧୧ଟା ୩୦ ସୁଦ୍ଧା ୩୭ ଦଶମିକ ୪ ଡିଗ୍ରୀ
0
SHARES
9
VIEWS
FacebookTwitter

ଗତ ଦୁଇ ସପ୍ତାହ ହେବ ତାତି ଉଭାନ୍‌ ଥିଲା ।  ମୌସୁମୀ ଆଗମନରେ ପୂରା ରାଜ୍ୟରେ ମେଘ ବର୍ଷିଥିଲା । ମୌସୁମୀର ଶୀତଳ ସ୍ପର୍ଶରେ ପୂରା ଓଡ଼ିଶା ଥଣ୍ଡା ପଡ଼ିଥିଲା । କିନ୍ତୁ ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ ଆଉ ଆଗଉନି । ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନକୁ  ଛୁଇଁଛି । ଭବାନୀପାଟଣା ଓ ପୁରୀ  ଲାଇନ୍‌ରୁ ଆଉ ଆଗଉନି ।  ଆସନ୍ତା ସପ୍ତାହ ଯାଏ ମୌସୁମୀ  ଆଗେଇବାର ସମ୍ଭାବନା ନାହିଁ । ସୋମବାର ଭୀଷଣ ଗରମ ଓ ଗୁଳୁଗୁଳି ହୋଇଛି । ଆଗକୁ ବି ଏହା କଲବଲ  କରିବ । ପାଣିପାଗ ବିଭାଗର ପୂର୍ବାନୁମାନ ଏଭଳି ଆଶଙ୍କାକୁ ତେଜିଲାଣି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ  ମହାପାତ୍ର କହିଛନ୍ତି, ଆସନ୍ତା ୭ଦିନ ଯାଏ ମୌସୁମୀ ନିଷ୍କ୍ରିୟ ରହିବ ।  ଜଳବାୟୁ ସ୍ଥିତି ଅନୁକୂଳ ନ ଥିବାରୁ ଏହା ଆଗକୁ ଅଗ୍ରସର ହେବନି ।  ତେବେ ମୌସୁମୀ ଏବେ ଅଗ୍ରସର ନ ହେଲେ ବି ଏହାକୁ ଆଗୁଆ  ବୋଲି ଧରାଯିବ । ସ୍ୱାଭାବିକ ଭାବେ ଜୁଲାଇ ୫ ତାରିଖ ସୁଦ୍ଧା ମୌସୁମୀ ପୂରା ଦେଶକୁ ଅଗ୍ରସର ହୁଏ । ଏହି ଅବଧି ପୂର୍ବରୁ ଏହା ସବୁଠି  ପହଞ୍ଚିଯିବ ବୋଲି ସେ ଆକଳନ କରିଛନ୍ତି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା  ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନକୁ ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ ଅଗ୍ରସର ହୋଇଛି । କିନ୍ତୁ ଏହା ଆଗକୁ ବଢୁନି । ଆଗାମୀ ୫ରୁ  ୭ ଦିନ ଯାଏ ମୌସୁମୀ ଆଗକୁ ଅଗ୍ରସର ହେବନି । ମୌସୁମୀ ସକ୍ରିୟ ନ ଥିବାରୁ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ।  କିନ୍ତୁ ଅଧିକାଂଶ ସ୍ଥାନରେ ବର୍ଷା ହେବନି ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ସୋମବାର ରାଜ୍ୟର ବହୁ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ  ହୋଇଛି । ଲେଉଟା ତାତି ସାଙ୍ଗକୁ ଅଧିକ ଆର୍ଦ୍ରତା ଯୋଗୁ ଅସମ୍ଭାଳ ଗୁଳୁଗୁଳି ହୋଇଥିଲା । ଲୋକେ ଝାଳରେ ବୁଡ଼ିଥିଲେ । ୧୪ ସହରରେ ତାତି ୪୦ ଡିଗ୍ରୀ  ପାଖରେ ପହଞ୍ଚି ଯାଇଥିଲା । ବାଲେଶ୍ୱରରେ ତାତି ୩୯.୮ ଡିଗ୍ରୀ ରହିଥିଲା ।  ଭୁବନେଶ୍ୱରରେ ୩୯.୬ ଡିଗ୍ରୀ, ବାରିପଦା, ତାଳଚେର ଓ ପାରଳାଖେମୁଣ୍ଡି  ଓ କଟକରେ ୩୯.୪, ହୀରାକୁଦ ଓ ସମ୍ବଲପୁରରେ ୩୯.୧, ଭଦ୍ରକରେ ୩୯  ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ମଧ୍ୟାହ୍ନ ବେଳକୁ ଭୁବନେଶ୍ୱରରେ ଅନୁଭୂତ  ତାପମାତ୍ରା(ରିଅଲ ଫିଲ୍‌) ୫୦ ଡିଗ୍ରୀ ଛୁଇଁଥିଲା । କଟକରେ ରିଅଲ ଫିଲ୍‌ ୪୫  ଡିଗ୍ରୀ, ବାଲେଶ୍ୱରରେ ୪୩, ପୁରୀରେ ୪୯, ଫୁଲବାଣୀରେ ୪୨, ମାଲକାନଗିରିରେ  ୪୫ ଓ ଢେଙ୍କାନାଳରେ ୪୫ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା ।

ମଙ୍ଗଳବାର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ନାକେଦମ  କରିବ । ବୁଧବାର(୪ ତାରିଖ) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିବ । ଗୁରୁବାର ଓ ଶୁକ୍ରବାର ବି ଏଭଳି ସ୍ଥିତିରୁ ନିସ୍ତାର ମିଳିବନି ।

ସୋମବାର ଦିନ ସାଢ଼େ ୧୧ଟାରୁ ବାଲେଶ୍ୱରରେ ତାତି ୩୮.୪ ଡିଗ୍ରୀ ଛୁଇଁଥିଲା ।  ଭୁବନେଶ୍ୱରରେ ୩୭.୪, ହୀରାକୁଦରେ ୩୭, ଚାନ୍ଦବାଲି ଓ ସମ୍ବଲପୁରେ  ୩୬.୬, ଝାରସୁଗୁଡ଼ାରେ ୩୬.୪, ପାରାଦୀପରେ ୩୬.୨, ପୁରୀରେ ୩୫.୮,  ଗୋପାଳପୁରରେ ୩୫.୪ ଓ ରାଉରକେଲାରେ ତାତି ୩୫ ଡିଗ୍ରୀ ରହିଥିଲା

Tags: heatwaveodishaweatherreport
ShareTweetShareSend
Sanchar Live

Sanchar Live

Next Post
ପଞ୍ଜାବରୁ ଧରାପଡିଲା ଆଉ ଜଣେ ଗୁପ୍ତଚର

ପଞ୍ଜାବରୁ ଧରାପଡିଲା ଆଉ ଜଣେ ଗୁପ୍ତଚର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.