ସଂଚାର ବ୍ୟୁରୋ: ଆଗକୁ ବର୍ଷା ଋତୁ ଆସୁଥିବାରୁ କଟକର ଜଳବନ୍ଦୀ ଅଂଚଳ ଓ ନୂଆ ବକ୍ସ ଡ୍ରେନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଅନ୍ଯ ପ୍ରଶାସନିକ ଅଧିକାରୀଙ୍କ ସହ ପଟ୍ଟାପୋଲ ଅଂଚଳରୁ ପ୍ରଭାତ ସିନେମା, ଗମାଡ଼ିଆ, ବଜ୍ରକବାଟି ରୋଡ ଓ ଛତ୍ରବଜାର ମାତୃଭବନ ଅଂଚଳ ବୁଲି କାମ ଓ ଜଳ ନିଷ୍କାସନ ପରିଚାଳନା ଅନୁଧ୍ୟାନ କରିଛନ୍ତି ।